-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ନବରଙ୍ଗପୁର-(ମିହିର ଶଙ୍କର ପାତ୍ର,)
ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାରୀଗୁଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୋଟ 13 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି ବାରୀଗୁଡା ପ୍ରକାଶ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ କନିଷ୍ଠ ଏବଂ ବରିଷ୍ଠ ବର୍ଗ ରେ ବକୃତା , ଚିତ୍ରାଙ୍କନ , ପ୍ରଧାନମନ୍ତ୍ରୀ ପୋଷଣ ଶିଳ୍ପକଳା ଓ ଚିତ୍ରକଳା , ହସ୍ତାକ୍ଷର ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ସୁଯୋଗ ଦିଆଯିବ ଏହି ପ୍ରତିଯୋଗିତା ରେ ପ୍ରଥମ ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ଯୋଗ ଦେଇଥିବା ବେଳେ ସଂମ୍ମାନୀୟ ଅତିଥିଭାବେ ବ୍ଲକ ଅଧକ୍ଷା ହେମଲତା ମାଝୀ, ମୁଖ୍ୟ ବକ୍ତା ଭାବେ ପାପଡାହାଣ୍ଡି ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ପ୍ରବୀଣ କୁମାର ସତନାମୀ , ଉମାକାନ୍ତବିଷୋୟୀ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆଲୋକ ମୋହିନୀ ଖୁରା , ପ୍ରଧାନ ଶିକ୍ଷୟତ୍ରୀ ସରଜିନି ପୂଜାରୀ , ବିଦ୍ୟାଳୟ ସଭାପତି ତ୍ରିନାଥ ପାଇକ ଏବଂ ୱାର୍ଡ ସଭ୍ୟ ପୀତବାସ ଗୌଡ଼ ମଞ୍ଚାସିନ ଥିଲେ ଏହି କାର୍ଯ୍ୟକ୍ରମ ଟି ପ୍ରାଥମିକ ବିଦ୍ୟାଳୟ ଜାମୁଗୁଡା ଠାରେ ଅନୁଷ୍ଠିତ ହୋଇଥିଲା ଏହି କୁ ସହକାରୀ ଶିକ୍ଷକ ଜଗନ୍ନାଥ ବେହେରା , ବନମାଳୀ ନାୟକ , ପି. ରବିକାନ୍ତ ରଘୁରାମ , ଦିଲୀପ ସାହୁ , ଫତିମା ବିବି , ମୋମତା ପଟନାୟକ ଏବଂ ଚନ୍ଦ୍ରଶେଖର ବିଭାର ପ୍ରମୁଖ ସହଜଗ କରି ସମାପନ କରିଥିଲେ।