-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ ପୁରିଙ୍କ ଅଧ୍ୟକ୍ଷତାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜେଶ୍ଵର ବେହେରା , ସ୍ଥାନୀୟ ସ୍କୁଲର ଚେୟାରମେନ କମଳାକାନ୍ତ ମଟାରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ଏହି ଅବସରରେ ବିଗତ ବର୍ଷର ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଜାରିଂ କ୍ଲଷ୍ଟରର ତ୍ରିଶାରାଣୀ ବିଶ୍ଵାଳ,ପ୍ରତୀକ ବାଗ,ବିନି ନାଏକ,ନୀଲମ ଖମାରୀଙ୍କୁ ତାଙ୍କ ମାତାପିତାଙ୍କ ଗହଣରେ ପ୍ରଜ୍ଞାଶ୍ରୀ ସମ୍ମାନରେ ମୁମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଗେହ୍ଲମଣି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।ପରେ କ୍ଲଷ୍ଟରର ଏଗାରଟି ସ୍କୁଲର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ନେଇ କୁଇଜ୍, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ସଙ୍ଗୀତ, ଚିତ୍ରକଳା ଓ ଶିଳ୍ପକଳା,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚତୁର୍ଥ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ବ୍ଲକସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ କରି ପ୍ରଥମରୁ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ନେଇ ଚିତ୍ରାଙ୍କନ, କୁଇଜ୍, ଗଣିତ କୁଇଜ୍, ଗଣିତ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ଅଭିଭାବକ ମହଲାରେ ଆନନ୍ଦ ଲହରୀ ଖେଳି ଯାଇଥିବାବେଳେ ଛାତ୍ରୀ ଛାତ୍ର ଵେଶ ଉତ୍ସାହିତ ହୋଇଥିଵା ପରିଲକ୍ଷିତ ହୋଇଥିଲା। ଶିକ୍ଷୟିତ୍ରୀ ନମିତା ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୌଦାମିନୀ ମାଝୀ,ଚନ୍ଦ୍ରକଳା ଦାଶ,ଭୋଜରାଜ ଦୀପ, ଗେହ୍ଲମଣି ମଲ୍ଲିକ, ସଚ୍ଚିଦାନନ୍ଦ ମହାପାତ୍ର, ଭାଦ୍ରବ ପାଣ୍ଡେ,ଗହକିଲାଲ ନାଏକ, ପ୍ରସନ୍ନ ଭୋଇ,ସଵିତା ଭୋଇ, ବାସୁଦେବ ସାହୁ, ଜଗଦୀଶ ପଧାନ, ବାହାଦୁର ପଧାନ, ଆନନ୍ଦ ଚନ୍ଦ୍ର ପୁଜାରୀ, ଗୀତାଞ୍ଜଳି ସାହୁ,ଟିଟୋରାମ ଲୁହା, ମିନାକ୍ଷୀ ରାଣୀ ରାଉତ, ସ୍ଵର୍ଣ୍ଣପ୍ରଭା ମେହେର, କମଳିନୀ ସାହୁ, ରୋହିତ ସାହୁ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଥିଲେ। ସେହିପରି ବଡ-ବାଉଁଶେନ କ୍ଲଷ୍ଟରର କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ଵରେ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ପ୍ରେମରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଥିଲା।ପ୍ରେମରାଜ ପଟେଲ,ୟାକବ ନନ୍ଦ, ନବୀନ ପ୍ରଧାନ, ପ୍ରଦୀପ ଭୋଇ, କସ୍ତୁରୀ ନାଗ, ହିମାଂଶୁ ଶେଖର ସାହୁ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବାନ୍ଦୁପାଲି କ୍ଳଷ୍ଟରର ସିଆରସିସି ସୀତାରାମ ଦୀପଙ୍କ ଆଵାହକତ୍ଵରେ ଏମଶ୍ରୀଗିଡା ଉଚ୍ଚ ବିଦ୍ୟାଳୟରେ, ଟିଗଣ୍ଡପାଲି କ୍ଲଷ୍ଟରର ସିଆରସିସି ପ୍ରଭାତ ରଞ୍ଜନ ସାହୁଙ୍କ ଆଵାହକତ୍ଵରେ ଚାରପାଲି ହାଇସ୍କୁଲରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି।