-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
(ଡୋଲେଶ୍ୱର ବାଗ )
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ତରଫରୁ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଯୁକ୍ତ ତିନି ପ୍ରଥମ ବର୍ଷ ର ଶିକ୍ଷାର୍ଥୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ନୂତନ ଜାତୀୟ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ, ଆବଶ୍ୟକତା ,ବିଷୟ ବସ୍ତୁ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ। ପୂର୍ବତନ ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ ଆଲୋଚକ ରୂପେ ଯୋଗ ଦେଇ , ଅଧ୍ୟାପକ ଡ଼ ରଣବୀର ସିଂ ,ଅଧ୍ୟାପକ ତଥାଗତ ରାଉତ ,ଅଧ୍ୟାପକ ଗୁଣବନ୍ତ ସାହୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଶିକ୍ଷା ଵିଭାଗୀୟ ମୁଖ୍ୟ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା , ବିଭାଗୀୟ ଅଧ୍ୟାପକ ଶ୍ରୀ ହରିହର ବେସରା ,ଅଧ୍ୟାପକ ଶ୍ରୀ ଦୁର୍ଯ୍ୟୋଧନ ଭୋଇ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିବା ସହ ଜୀବନ ପାଇଁ ଶିକ୍ଷା ର ଗୁରୁତ୍ୱ ,ଉପାଦେୟତା ଏବଂ ଆବଶ୍ୟକତା ଉପରେ ପ୍ରକାଶ କରିଥିଲେ । ଉକ୍ତ ଅବସର ରେ ଶେଷ ବର୍ଷ ର ଛାତ୍ରୀ ଅଞ୍ଜଳି ଜଗତ ଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶେଷ ବର୍ଷ ର ଛାତ୍ର ଚିତ୍ତ ରଞ୍ଜନ ଶବର ଧନ୍ୟବାଦ ଅର୍ପଣ କରିଥିଲେ