-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଆର୍ ଏମ୍ ସି ଗୁଦାମ ଠାରେ ମିଳିତ ସରପଞ୍ଚ ସଂଘ ଓ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଭିନ୍ନ ଗଣ ପ୍ରତିନିଧି ମାନେ କନିଷ୍ଠ ଶିକ୍ଷକର ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରତିବାଦ କରିଛନ୍ତି । ଏହି ସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଦାରୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି, ମତିରାମ ମାଝି , ଭୂଜବଳ ମାଝି, ପ୍ରମୁଖ ଯୋଗ ଦେଇଥିଲେ। ପ୍ରକାଶ ଥାଉ କି ମୋଟ 1117 ଟି ଶିକ୍ଷକ ପଦବୀ ରୁ ନବରଙ୍ଗପୁର ଜିଲ୍ଲାରେ 860 ଗୋଟି ଶିକ୍ଷକ ନିଯୁକ୍ତିର ଏଗ୍ରିମେଣ୍ଟ ପ୍ରକ୍ରିୟା ଚାଲୁ ରହିଥିଲା ।ଏଥିରେ ବାହାର ରାଜ୍ୟରୁ ସହ ସହ ପିଲାମାନେ ଆସି ସାମିଲ ହୋଇଥିଲେ ,ଏହା ଜାଣି ନବରଙ୍ଗପୁର ଜିଲ୍ଲାର ସରପଞ୍ଚ ସଂଘ ଓ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରତିବାଦ କରି । ଅବିଭକ୍ତ କୋରାପୁଟ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରି ଅନ୍ୟ ବାହାର ଜିଲ୍ଲାର ଯୁବକ ଯୁବତୀ ର ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରା ନ ଯାଏ ତାହାହେଲେ ଆଗାମୀ ଦିନ କୁ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ବାସୀ ରାଜରାସ୍ତାକୁ ଓହ୍ଲାଇ ଏହାର ଉଗ୍ର ପ୍ରତିବାଦ କରିବାର ଚେତାବନୀ ଦିଆଯାଇଛି।