-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ରେ ଅନୁଷ୍ଟିତ ଅଗ୍ରସେନ ଜୟନ୍ତୀ ର ଚତୁର୍ଥ ଦିବସରେ ଅଗ୍ରସେନ ଜୟନ୍ତୀ ସମାରୋହ ସମିତିର ଅଧ୍ୟକ୍ଷ ସୁମନ ସାୱାଡ଼ିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନ୍ତାକ୍ଷରୀ କାର୍ଯ୍ୟକ୍ରମକୁ ବରଗଡ଼ର ସ୍ୱନାମଧନ୍ୟ ସୁନା ଗହଣା ପ୍ରତିଷ୍ଠାନ କଳାମନ୍ଦିର ଦ୍ଵାରା ପ୍ରାୟୋଜିତ ହୋଇଥିବା ବେଳେ ସୁଶିଲ କେଜ୍ରିୱାଲ ଓ ନିର୍ମଳ କ୍ରିଷ୍ଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏପରିପେକ୍ଷୀରେ ବିଭିନ୍ନ ଗ୍ରୁପ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ କଳାମନ୍ଦିର ଜୁଏଲର୍ସ ପ୍ରୋପ୍ରାଇଟର ସାବିତ୍ରୀ ଦେବୀ ଉପସ୍ଥିତ ରହି ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ ।ଅନ୍ତାକ୍ଷରୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ଦେବୀ ସାୱଡ଼ିଆ,ମଞ୍ଜରୀ ଦେବୀ ସାୱାଡିଆ,ଭାବନା ସାୱାଦିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା ।