-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସଦରସ୍ଥିତ କଣ୍ଟାମାଳ ସରସ୍ଵତୀ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ରବିବାର ପ୍ରଜ୍ଞାନ ମିଶନ ବୌଦ୍ଧ ଦ୍ଵାରା ଆୟୋଜିତ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କଣ୍ଟାମାଳ ବ୍ଳକ ଅଧିନ ଅଧିକାଂଶ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଗୀତା ର ଚତୁର୍ଥ ଅଧ୍ୟାୟ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ନିରଂଜନ ସାହୁ ସଂଯୋଜନା କରିଥିଲେ । ପରେ ସ୍ଥାନୀୟ ପ୍ରଧାନ ଗୁରୁଜୀ ଭଗବାନ ମନହିରା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାକାର୍ଯ୍ୟ ରେ ମୁଖ୍ଯ ଅତିଥି ଭାବେ କଣ୍ଟାମାଳ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ହୈମବନ୍ତି ବାଘ ଯୋଗଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବରେ ଶ୍ରୀ ଶିବଦତ୍ତ ପଟ୍ଟନାୟକ, ଗୋବିନ୍ଦ ସାହୁ ଖୁସିରାମ ବଗର୍ତ୍ତି, ସସ୍ତମା ବୁଡେକ୍ ସମୀର କୁମାର ସାହୁ ଉପସ୍ଥିତ ରହିଥିଲେ। ଅନ୍ୟ ଗୁରୁଜୀବୃନ୍ଦ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।ସମସ୍ତ ପ୍ରତିଯୋଗୀ ମାନଙ୍କୁ ଗୀତା ପ୍ରସାଦ ପୁସ୍ତିକା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଜ୍ଞାନ ମିଶନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରାଣବନ୍ଧୁ ମହାପାତ୍ର,ଶ୍ରୀ ସୌମିତ୍ରି ପଲିଆ ,, ପ୍ରମୁଖ ସହଯୋଗ କରିଥିଲେ। ଶିଶୁ ମନ୍ଦିର ର ଭେକୁ ପଧାନ ଓ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଗଣ ଉପସ୍ଥିତ ରହି ସହାୟତା କରିଥିଲେ।ପ୍ରଧାନ ଗୁରୁଜୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ପରିଶେଷରେ ଧନ୍ୟବାଦ ଦେଇଥିଲେ।