-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ଭୁବନେଶ୍ୱର/ଭଦ୍ରକ(ବିଶ୍ୱରଞ୍ଜନ ବିଶ୍ଵାଳ): ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଅଶାନ୍ତ ଭଦ୍ରକ। ଆଉ ଏ ଅଶାନ୍ତି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଛି। ପୋଲିସ ଉପରେ ଆକ୍ରମଣ, ମାଜିଷ୍ଟ୍ରେଟଙ୍କ ଗାଡ଼ି ଭଙ୍ଗାରୁଜା ଓ ସରକାରୀ ସମ୍ପତ୍ତି ନଷ୍ଟ ପରେ ଆକ୍ସନ ମୋଡରେ ପୋଲିସ ପ୍ରଶାସନ। ଏହା ମଧ୍ୟରେ ଘଟଣାରେ ସୋସିଆଲ୍ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଶନିବାର ଭଦ୍ରକରୁ ଯୁବକ ଗିରଫ ହୋଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି। ବିବାଦୀୟ ପୋଷ୍ଟ ପାଇଁ ଗତକାଲି ଭଦ୍ରକରେ ଉତ୍ତେଜନା ଦେଖା ଯାଇଥିଲା।