-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ଗୋଛାଗୋରା ଉପ୍ରା ବିଦ୍ୟାଳୟରେ ଖୁଣ୍ଟିଗୋରା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ୍ଲଷ୍ଟର ସଂଯୋଜକ ଶତ୍ରୁଘନ ଜାନିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଦେବାଧି ମଲିକ ମୁଖ୍ୟ ଅତିଥି ଏବଂ ସାମ୍ବାଦିକ ବଂଶୀଧର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ବୋଲି କହିଥିଲେ । ଦେବାନନ୍ଦ ବେହେରା ସଭାପତିତ୍ବ
କରିଥିଲେ l ଧର୍ମାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ l ବିପିନ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବକ୍ତୃତା, ବିତର୍କ, ସାଧାରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଖୁଣ୍ଟିଗୋରା କ୍ଲଷ୍ଟର ଅଧିନ ୨ଟି
ହାଇସ୍କୁଲ ସମେତ ୯ଟି ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା l ଗୋଛାଗୋରା ସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଭୋଇ, ଶିକ୍ଷକ ବୀରବର ମେସୁଆ, ସୁରେନ୍ଦ୍ର ସାହୁ ଓ କମିଟି ସଦସ୍ୟ ସହଯୋଗ କରିଥିଲେ l ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ l