-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
(ଦୋଳେଶ୍ଵର ବାଗ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବଡ଼ ଦର୍ଲିପଡାରେ ଡାଇରିଆ ଆତଙ୍କ, ବିଗତ ୪ ଦିନରେ ୧ ମୃତ ଅଭିଯୋଗ ହୋଇଥିବା ବେଳେ ଅନ୍ୟ ତିନି ଜଣ ବାର୍ଦ୍ଧକ୍ୟ ରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛନ୍ତି। , ଗ୍ରାମରେ ଡାକ୍ତରୀଦଳ ସ୍ଥିତି ନିୟନ୍ତ୍ରଣ ନେଇ ପ୍ରୟାସ। ଘଟଣା ରୁ ପ୍ରକାଶ ଯେ ଗତ ୪ ଦିନ ପୂର୍ବ ରୁ ଉପରୋକ୍ତ ଗ୍ରାମରେ ଝାଡାବାନ୍ତି ବ୍ୟାପି ଅଛି। ୮ ଜଣ ଗୁରୁତର ହୋଇଥିବା ଗାଁ ଲୋକେ ଅଭିଯୋଗ ହୋଇଛି l ସୀମାନ୍ତ ଛତିଶଗଡ ଅଞ୍ଚଳ ରୁ ଏହା ବ୍ୟାପୁଥିବା ଅନୁମାନ କରାଯାଉଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହ ବଡ଼ ଦର୍ଲିପଡା ଗାଁରେ ମେଡିକାଲ ଦଳ ପଠାଇ ଚିକିତ୍ସା କରିବା ସହ ସଚେତନ କରୁଛନ୍ତି l
ଗ୍ରାମରେ ଔଷଧ ବଣ୍ଟନ କରିଥିବା ବେଳେ ସଚେତନା କରି ଆବଶ୍ୟକ ସ୍ବଚ୍ଛତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ଏହି ଗ୍ରାମ ଟି ପଡୋଶୀ ଛତିଶଗଡ଼ ସୀମା ରେ ତେତେଲଖୁଣ୍ଟି ଗ୍ରାମ ରହିଅଛି। ସେହି ଗ୍ରାମକୁ ସୁଭଦ୍ରା ଯୋଜନା ଅନଲାଇନ୍ କରିବାକୁ ଯାଉଛନ୍ତି। ତେଣୁ ଝାଡା ବାନ୍ତି ଟି ପଡୋଶୀ ରାଜ୍ୟରେ ସଂକ୍ରମଣ ରୁ ଆସୁଥିବା ବୋଲି ଅନୁମାନ କରୁଛନ୍ତି। ୧୯ ବର୍ଷ ର ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ୬୦ ବର୍ଷ ରୁ ଉର୍ଦ୍ଧ।