-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପି ସମବାୟ ପ୍ରକୋଷ୍ଠ ତରଫରୁ ଆୟୋଜିତ "ସଦସ୍ଯତା କର୍ମଶାଳା" ଏକ ସଫଳ ଓ ଉତ୍ସାହଜନକ ବିଦି ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମାନନୀୟ ଅଶ୍ବିନୀ ଷଢଙ୍ଗୀ ସମ୍ମାନ ଜଣାଯାଇଥିଲା। ଏହି କାର୍ଯ୍ଯକ୍ରମରେ ବିଶିଷ୍ଟ ଅତିଥି ରାଜ୍ୟ ସମବାୟ ଭାବେ ଆବାହକ ଶ୍ରୀରଞ୍ଜନ ମଙ୍ଗରାଜ,ରାଜ୍ଯ ସହ ସଂଯୋଜକ କହ୍ନେୟା କୁମାର ଝା, ଜିଲ୍ଲା ବ୍ୟାଙ୍କ ସଂଯୋଜକ ସୁକାନ୍ତ ଦାଶ, ଜିଲ୍ଲା ସାଧାରଣ ସଂପାଦକ କୁଶ ଭାଇ ଓ ରବି ଦାଶ, ରବୀନ୍ଦ୍ର ନାୟକ, ଲଷ୍ମୀ ରଥ, ଲଖ୍ମଣ ନନ୍ଦ, ଶିବ ପ୍ରସାଦ ଖମାରି, ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାର ବିଶିଷ୍ଟ ସମବାୟ ନେତା ଓ କାର୍ଯ୍ଯକର୍ତ୍ତା ମାନଙ୍କ ଗହଣରେ ଏହାର ଆବଶ୍ୟକତା, ଲକ୍ଷ୍ୟ ଓ ଦୃଷ୍ଟିକୋଣ ଉପରେ ଚର୍ଚ୍ଚା ହୋଇଥିଲା। ସଦସ୍ଯତା କର୍ମଶାଳା"ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଗଠନର ସଦସ୍ଯ ବୃଦ୍ଧିକରଣ ଓ ସଂଯୋଗକୁ ଆରୋହିତ କରିବା।ଅତିଥିମାନେ ତାଙ୍କର ଉଦ୍ବୋଧନରେ ସମବାୟ ଅନୁଭବ ଓ ତାର ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ। ମାନନୀୟ ଅଶ୍ବିନୀ ଷଢଙ୍ଗୀ ସମବାୟ ଆନ୍ଦୋଳନର ଦୃଢ ପାଇଦିଆକୁ ଯୋର ଦେଇଥିଲେ ଓ ସମସ୍ତଙ୍କୁ ସଂଯୋଗ ରଖି ସଫଳ ଆନ୍ଦୋଳନ କରିବା ପାଇଁ ଉତ୍ସାହିତ କରିଥିଲେ।ସମବାୟ ନେତାମାନଙ୍କ ଉପସ୍ଥିତି ଏବଂ ସଦସ୍ଯମାନଙ୍କ ଆଗ୍ରହ ପ୍ରଶଂସନୀୟ ରହିଥିଲା, ଏହା ଦ୍ୱାରା ବରଗଡ ଜିଲ୍ଲାର ସମବାୟ ଆନ୍ଦୋଳନ ଆଗକୁ ଆରୋହିତ ହେବାର ଆଶା ବ୍ୟକ୍ତ କରାଗଲା।