-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା
ବିରାମହରାଜପୁର ବ୍ଲକ ଅଧିନସ୍ଥ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡ଼lପାଳ ମା ମାହେଶ୍ୱରୀ ଙ୍କ ଷୋହଳ ପୂଜା ଅବସରରେ ମାହେଶ୍ୱରୀ ମନ୍ଦିର ସମ୍ମୁଖରେ ଗୁରୁବାର ଠାରୁ ନବାହ ପlରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳୁ ଏକ ଆଧ୍ୟାତ୍ମିକ ପରିବେଶରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ପ୍ରଥମେ କଳସ ସ୍ଥାପନ କରାଯାଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ରଫାଖାଳ ର ଚୈତନ୍ୟ ଚରଣ ମିଶ୍ର ବ୍ୟାସ ଭାବରେ ଗାୟନ କରୁଛନ୍ତି। ପୂଜକ ଭାବେ ଅମ୍ବରିଶ ଚାନ୍ଦ ପୂଜା କାର୍ଯ୍ୟ ତୁଲାଇଥିବା ଧନମାଲି ବିଶ୍ଵାଲ କର୍ତ୍ତା ଦାଇତ୍ୱ ନିର୍ବାହ କରୁଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହେଉଅଛି ।