-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ଗୁରୁବାର ତାଲା ପକାଇ ଛାତ୍ରଛାତ୍ରୀ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟର
ଶିକ୍ଷକ ସୁରେଶ ପଣ୍ଡାଙ୍କ ଜଟେସିଂହା ହାଇସ୍କୁଲ କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଚିଠି ନଂ ୬୫୭୭ ରେ ବଦଲି ନିର୍ଦ୍ଦେଶ ହୋଇଥିଲା। ଏନେଇ ଆଜି ସମସ୍ତ ଛାତ୍ରଛାତ୍ରୀ, ପରିଚାଳନା କମିଟି ଓ ଅଭିଭାବକ ମାନେ ସ୍କୁଲ ସମ୍ମୁଖୀରେ ଧାରଣ ଦେଇଥିଲେ।ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ସତ୍ବେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଏପଟେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇବା ସହ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଦ୍ୟାଳୟରେ ମୋଟ ୧୬୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ୧୨ ଜଣ ଶିକ୍ଷକ ଆବଶ୍ୟକ ରହିଛି । ହେଲେ ଏବେ ଅଛନ୍ତି ମାତ୍ର ତିନି ଜଣ । ସେଥିରୁ ଜଣେ ଶିକ୍ଷକ ଆସନ୍ତା ୩୦ ତାରିଖରେ ଅବସର ଗ୍ରହଣ କରିବେ । ଏହାର ପ୍ରତିବାଦରେ ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ ସହିତ ନୂତନ ଶିକ୍ଷକ ଯୋଗଦେଇ ପାଇଁ ଦାବି କରିଛନ୍ତି । ଏହାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକମାନେ କହିଛନ୍ତି। ଖବର ଲେଖା ଯିବା ପର୍ଯ୍ୟନ୍ତ ଶିକ୍ଷା ଅଧିକାର ଓ ସ୍ଥାନୀୟ ଅଭିଭାବକ ମଧ୍ୟରେ ସ୍ଥାଇ ସମାଧାନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବୈଠକ ହେଉଥିବା ସୂଚନା ରହିଛି। ସେହିପରି ଜଟେସିଂହା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୁରୁଦୋତ୍ତ ମିଶ୍ର ଙ୍କ ବଦଲି ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ବଡ ଧରଣର ଆନ୍ଦୋଳନ ପାଇଁ ସ୍ଥାନୀୟ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଙ୍କ ମଧ୍ୟରେ ପ୍ରସ୍ତୁତି ହେଉଥିବା ଜଣାଯାଇଛି।