-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
(ଚିନ୍ତାମଣି ନେତାମ)
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଉପ୍ରା ବିଦ୍ୟାଳୟ ପରିସରରେ ନୀଳଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ `ସୁରଭି `ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀ ଦକ୍ଷତା ଓ କଳା ର ପରିପ୍ରକାଶ ଓ ପରିବୃଦ୍ଧି ସକାଶେ ଉତ୍ସର୍ଗୀକୃତ ଶିଶୁ ମହୋତ୍ସବ ସୁରଭି `ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସିନାପାଲି ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯତୀନ୍ଦ୍ରକୁମାର ସେଠ୍, ବିଶିଷ୍ଟ ଅତିଥିଭାବ ରେ ନୀଳଜି ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ସମ୍ମାନିତ ଅତିଥି ଭାବରେ ବୈଗାପଡା ଉପ୍ରାବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌର ଚନ୍ଦ୍ର ସା, ଚଟିଆ ଗୁଡା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଗୋକୁଳ ଚନ୍ଦ୍ର ପରିଡା, ଏମ ଆଇ ଏସ କୋଡିନେଟର ଶ୍ରୀ ଶଙ୍କର ଦଣ୍ଡସେନା ଯୋଗ ଦେଇ ଦୀପ ପ୍ରଜ୍ବଳନ ଓ ଦେବ ପୂଜନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ନୀଳଜି କ୍ଲଷ୍ଟର ସି ଆର ସି ସି ଉକ୍ତ ସଭାରେ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ଧୀରେନ୍ଦ୍ର ସା, ଅତିଥିଗଣ ଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରିଥିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଦୀପକ ସା ଙ୍କ ନିର୍ଦେଶନା ରେ ସ୍ଥାନୀୟ ଉପ୍ରା ବିଦ୍ୟାଳୟ ର ଛାତ୍ରୀ ଗଣ ସ୍ୱାଗତ ସଂଗୀତ ଗାନ କରିଥିଲେ । ପ୍ରଥମ ପର୍ଯ୍ୟାୟ ର ସଭା ଶେଷରେ ଶିକ୍ଷକ ତନୁରାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ଲୋକ କଳା ଥିବା ଆଧାରିତ ଚଳିତ ବର୍ଷ ର ସୁରଭି କାର୍ଯ୍ୟ କ୍ରମରେ ନୀଳଜି କ୍ଲଷ୍ଟର ଅଧିନସ୍ତ ସମୁଦାୟ ୧୪ ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଆଶ୍ରମ, ଓ ଉଚ୍ଚ ବିଦ୍ୟାଳୟ ର ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ରବନ୍ଧ, ବକ୍ତୃତା, ସଂଗୀତ, ଚିତ୍ରାଙ୍କନ, ଆର୍ଟ ଏଣ୍ଡ କ୍ରାଫ୍ଟ, ହସ୍ତାକ୍ଷର, କ୍ଵିଜ, ଗଣିତ, ଦଳଗତ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳକ ଭାବରେ ବରିଷ୍ଠ ଶିକ୍ଷକ ସେବକ ରାମ ପାତ୍ର, ଗୌତମ ମେହେର, ଦୀପକ ସା, ଧୀରେନ୍ଦ୍ର କୁମାର ସା,ଶେଷଦେବ କଲେତ, ପରମାନନ୍ଦ ମାଝୀ, ସନ୍ତୋଷ କୁମାର ସାହୁ, ତନୁରାମ ନାଏକ, ବେଦବ୍ୟାସ ବାଗ, ସୁନମା ପଣ୍ଡା, ପ୍ରଦୀପ ମେହେର, ପୁଲସ୍ତି ସା, ଜଗନ୍ନାଥ ସୁନାନୀ, ହେମନ୍ତ ନିଆଲ, ଯୋଗ ଦେଇ ନିଜ ଦାଇତ୍ୱ ତୁଲାଇ ଥିଲେ । ଅପରାହ୍ନ ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ଗୋକୁଳାନନ୍ଦ ପରିଡା, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସି ଆର ସି ସି ଶ୍ରୀ ରାକେଶ ମିଶ୍ର, ଶ୍ରୀ ଶେଷଦେବ କଲେତ, ଗୌରଚନ୍ଦ୍ର ସା ଯୋଗ ଦେଇଥିଲେ ।ସ୍ଥାନୀୟ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ବ୍ରତ ଗହୀର,ସଭାପତିତ୍ୱ କରିଥିବା ବେଳେ ଶ୍ରୀ ଗୌତମ ମେହେର ମଞ୍ଚ ପରିଚାଳନା କରିଥିଲେ ।ଶିକ୍ଷକ ଦୀପକ ସା, ଓ ଧୀରେନ୍ଦ୍ର କୁମାର ସା ପୁରସ୍କାର ବିତରଣ କାର୍ଯ୍ୟ କ୍ରମ ସଂଯୋଜନା କରିଥିଲେ। ସଭା ଶେଷରେ ପରମା ନନ୍ଦ ମାଝୀ ସୁରଭି ଉତ୍ସବର ମୁଖ୍ୟ ଆୟୋଜକ ସି ଆର ସି ସି ଶ୍ରୀ ରାକେଶ କୁମାର ମିଶ୍ର ତଥା ସମସ୍ତ ଅତିଥି ଓ ବିଚାରକ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ସଭାପତିଙ୍କୁ ଧନ୍ୟବାଦ ଦେଇଥିଲେ ,