-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ମହାରାଷ୍ଟ୍ର, (ପ୍ରେରଣା ଖବର) ମହାରାଷ୍ଟ୍ରର ପୁନେ ଠାରେ ଭେଟ୍-ଘାଟ୍ କଲଚରାଲ୍ ଆସୋସିଏସନ୍ ତରଫରୁ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ ରୁ ଅଧିକ ପ୍ରବାସୀ ଓଡ଼ିଆ ଲୋକ ଯୋଗ ଦେଇଥିଲେ l ସ୍ଥାନୀୟ ଅଂକୁଶରାଓ ଲାଂଗଡେ ନାଟ୍ୟଗୃହ, ଭୋଶରୀ ଠାରେ ଆୟୋଜିତ ତଥା ପୁନେ ନିବାସୀ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ "ଭେଟଘାଟ କଲ୍ଚରାଲ ଏସୋସିଏସନ୍" ଗତ ୨୦୦୫ ରୁ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରି ଆସୁଛି l ଏହି ଅବସରରେ ସମସ୍ତେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ l ସକାଳ ୧୧ ଟା ରେ ପ୍ରଥମେ ମାଁ ସମଲେଇଙ୍କ ପୂଜାର୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଓଡିଶାର ପ୍ରସିଦ୍ଧ ଲୋକନୃତ୍ୟ ଦଳ ଢ଼ଲିଆ ଖୁସା କଳା ପରିଷଦ, ବରଗଡ଼ ଦ୍ଵାରା ପରିବେଷିତ ଲୋକବାଦ୍ୟରେ ଖୁବ୍ ଝୁମିଥିଲେ ଦର୍ଶକ l କମେଡି କିଙ୍ଗ ମନ ପଟେଲ, କେଦାର ପଟେଲ ଏବଂ ଚାନ୍ଦିନୀ ସୁନାଙ୍କ ହାସ୍ୟ ନାଟକରେ ହସି ହସି ବେଦମ୍ ହେଇଥିଲେ ସମସ୍ତେ l କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରି ଆସୁଥିବା ଦଣ୍ଡରତ୍ନ ବିପିନ ଜାଲଙ୍କୁ ଦଣ୍ଡ-ଅର୍ଜୁନ ଉପାଧିରେ ସମ୍ମାନୀତ କରାଯିବା ସହିତ ସାମାଜିକ ଗଣମାଧ୍ୟମରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ତଥା ପ୍ରସାରକୁ ଉଜ୍ଜୀବିତ ରଖିବା ଦିଗରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଅବିନାଶ ମିଶ୍ରଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା l
ଏହି ଅବସରରେ ପଶ୍ଚିମ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଭାତ, ଡାଲି, କରଡି ଆମ୍ବିଲ, ଘାଣ୍ଟ ତରକାରୀ, ଖିରୀ, ଆରିସା ପିଠା ଭଳି ଅନେକ ସୁସ୍ବାଦୁ ଓଡ଼ିଆ ଖାଦ୍ଯର ମଜା ନେଇଥିଲେ ସମସ୍ତେ l ଆୟୋଜକ ଅନୁଷ୍ଠାନର ସଭାପତି ହେମସାଗର ସାହୁ ଭବିଷ୍ୟତରେ ଏହି ଭେଟଘାଟ୍ ମହୋତ୍ସବକୁ କିଭଳି ଆହୁରି ନିଆରା ଢଙ୍ଗରେ ପାଳନ କରାଯାଇ ପାରିବ, ସେ ଦିଗରେ ଆସୋସିଏସନର ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଭେଟଘାଟ୍ ବାର୍ଷିକ-ପତ୍ରିକା ଉନ୍ମୋଚିତ ହୋଇଥିଲା l ଜିତେନ୍ଦ୍ର ମିଶ୍ର, ପ୍ରତ୍ୟୁଷା ଗୁରୁ ଓ ପିଙ୍କି ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଘର ସଞ୍ଜୟ ମହାନ୍ତି, ଦିବ୍ୟକିଶୋର ବକ୍ସି, ଅନୁପ ମିଶ୍ର, ନିରଂଜନ ମଲ୍ଲିକ, ଅସ୍ମିନ ଗୁରୁ, ବ୍ରହ୍ମାରଞ୍ଜନ ଠାକୁର, ଅଭିଲାଶ ମିଶ୍ର, ଅଭିନବ ଯୋଶୀ, ସୁଶାନ୍ତ ସାହୁ, ବିଭୁତି ଦାସ, ଅସିମ୍ ଖମାରୀ, ବି. ଜେମ୍ସ,, ସୁନିଲ ସାହୁ, ଦୀପକ ପଟେଲ, ଅମିତ୍ ମେହେର, କିଶୋର ମେହେର, ରଂଜନ ନାୟକ, ମନସ୍ଵି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସୁନିଲ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l