-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଏଡସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଖଣ୍ଡ ଚିକିତ୍ସାଳୟ ଓ ମହାବିଦ୍ୟାଳୟର ରେଡ଼କ୍ରସ , ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ସଚେତନତା ହିଁ ଏହି ମହାମାରୀକୁ ରୋକିପାରିବ ବୋଲି କହିଥିଲେ । ଅଧ୍ୟାପକ ବିଜୟଳ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ଓ ଜାତୀୟ ସେବଯୋଜନାର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ଶିବ କୁମାର ପୁରୋହିତ ଏଡ଼ସର କାରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ୱନ୍ୱିତ ପରାମର୍ଶ କେନ୍ଦ୍ରର କାଉନସେଲର ନରସିଂହ ମହନ୍ତ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ଏଡ଼ସ ରୋଗର କାରଣ, ନିରାକରଣ, ସଚେତନତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ସୁପ୍ରିତା ମେଣ୍ଡଲି,ଶ୍ରୀୟା ମଞ୍ଜରୀ ସାହୁ, ସ୍ଵାଗତିକା ରଥ, ଛାତ୍ର ବିନୟ କୁମାର ପଣ୍ଡା ପ୍ରମୁଖ ଏହି ରୋଗର ଭୟବାହତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ |ରେଡ଼କ୍ରସ ସଂଚାଳକ ସିଦ୍ଧେଶ୍ୱର ତ୍ରିପାଠୀ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।ଅଧ୍ୟାପକ ମାଧବ ପଧାନ, ପ୍ରାଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ, ଅଧ୍ୟାପିକା ସୁପ୍ରଭା ନନ୍ଦ, ନିତାରାଣୀ ପଧାନ,ଜାତୀୟ ସେବା ଯୋଜନା ସଂଚାଳିକା ଯାମିନୀ ଦାଶ ଉପସ୍ଥିତ ଥିଲେ ।ଏହି ସଭାରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।