-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସ୍ଥାନିୟ ସମଲେଇଶ୍ବରୀ ପୀଠରେ ଜିଲ୍ଲା ଯାଦବ ମହାସଭାର ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲ୍ଲାଯାଦବ ମହାସଭାର ସଭାପତି ଶ୍ରୀଯୁକ୍ତ ତପନଯୁଆଡି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମଲେଇଶ୍ବରୀ ମନ୍ଦିର ମଣ୍ଡପରେ ଆଗାମି ଆଶ୍ବିନ ପୂର୍ଣ୍ଣମିରେ ହେବାକୁଥିବା ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା
ଏହିବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ସଭାପତି ତଥା ସୋନପୁର ପୌରପରିଷଦ ସମତେ ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଞ୍ଚଳପରିଷଦର ସଭ୍ୟଙ୍କ ଉପସ୍ଥିତି ରେ ହେବାକୁଥିବା ଉତ୍ସବର ବ୍ୟୟ ଅଟକଳ, ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଚୟନ, ଶୋଭାଯାତ୍ରା ପାଇଁ ପାରମ୍ପାରିକ ବାଡିଖେଳ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଚୟନ, ସଂଗଠନ ସୁଦୃଢ, ନୂତନ ଯାଦବ ଭବନ ନିର୍ମାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଚଳିତ ବର୍ଷ ଆଶ୍ବିନ ପୂର୍ଣ୍ଣମିରେ ମହାସମାରୋହରେ ଉତ୍ସବ ପାଳନ କରାଯିବାପାଇଁ ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହୋଇଥିଲା ା
ଉକ୍ତ ସଭାରେ ଜିଲ୍ଲା ଯାଦବ ମହାସଭାର ସମ୍ପାଦକ ପୀତବାସ ଭୋଇ, ଜିଲ୍ଲା ଯୁବ ଯାଦବ ସଭାପତି ସୁରେଶ ଷାଣ୍ଢ, ସୋନପୁର ସହରାଞ୍ଚଳ ସଭାପତି ପ୍ରଫୁଲ୍ଲ ନାଏକ , ଇନ୍ଦ୍ରଜୀତ ପରୁଆ, ମନବୋଧ ଭୋଇ, ଶିତଲ ମହାକୁର, କୈଳାଶ ଯୁଆଡି, ଶତ୍ରୁଘ୍ନ ବଗର୍ତ୍ତି, ଗଣପତି ବାଘ, ଚିତ୍ତ ରଞ୍ଜନ ଭୋଇ, କନ୍ଦର୍ପ ବାଘ, ଚକ୍ରଧର ହାତୀ, ପୃଥ୍ୱୀରାଜ ବାଘ, ମନୋରଞ୍ଜନ ଜୁଆଡି, ମନୋଜ ଯୁଆଡି, ବୃନ୍ଦାବନ ଦୀପ, ପ୍ରକାଶ ହାତୀ ପ୍ରମୁଖ ଯୋଗଦେଇ ଥିବାବେଳେ ସଭାଶେଷରେ ପରମାନନ୍ଦ ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।