-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ପରିସର ମଧ୍ୟରେ ମହାନ୍ ଋଷି ଅଷ୍ଟବକ୍ରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।ରାଷ୍ଟ୍ରୀୟ ସୟଂ ସେବକ ସଂଘର ଶ୍ରୀ ପ୍ରତାପ ପଟ୍ଟନାୟକଙ୍କ ପ୍ରାରମ୍ଭିକ ସୂଚନା ପରେ,ମୁଖ୍ୟ ଅତିଥି ଭାବେରେ ପଞ୍ଚାୟତ କଲେଜ ବରଗଡ଼ ସାଇକଲୋଜି ବିଭାଗର ଅବସର ପ୍ରାପ୍ତ ମୁଖ୍ୟ ଅମରେନ୍ଦ୍ର ନାରାୟଣ ଯାଦବ ଏବଂ ଜିଲ୍ଲା ସକ୍ଷମ ର ଜିଲ୍ଲା ସଂଯୋଜକ ଶ୍ରୀ ମେଘନାଦ ସାହୁ ଋଷି ଅଷ୍ଟବକ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ବକ୍ତବ୍ଯ ପ୍ରଦାନ କରିଥିଲେ ।ଏହି ଅବସରରେ ବିଭିନ୍ନ ଗ୍ରାମରୁ ଅନେକ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ସର୍ଦ୍ଦାର ପ୍ରିତମ ସିଂହ ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନ ରୁ ଅନେକ କର୍ମୀ ଯୋଗ ଦେଇଥିଲେ ।ପରିଶେଷରେ ସଂଗଠନର ଜିଲ୍ଲା ସଂଯୋଜକ ପ୍ରଯୁକ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।