-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ କାର୍ଯ୍ୟାଳୟଠାରେ "ବାଡି ଅଗଣାରେ କୁକୁଡା ପାଳନ" ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଛି।ଏଥିରେ ଗୁଡଭେଲା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଣୀ ଡ. ଦିପ୍ତିମୟୀ ବଢେଇ,ରଘୁନାଥ ଆଚାରୀ ମୁଖ୍ୟ ତାଲିମ ଦାତା ଭାବରେ ଯୋଗ ଦେଇଥିଲେ। ପ୍ରଥମେ ଗୁଡଭେଲା ପ୍ରାଣୀ ଚିକିତ୍ସାଧିକାରୀଣୀ ବାଡି ଅଗଣାରେ କୁକୁଡା ପାଳନ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । କୁକୁଡା ପାଇଁ ଉପଯୁକ୍ତ ଖାଦ୍ୟ ବ୍ୟବସ୍ତା ଉପରେ ଏବଂ କୁକୁଡାମାନଙ୍କୁ ଲାଗୁ ଥିବା ବିଭିନ୍ନ ରୋଗ ଓ ପ୍ରତିଶୋଧକ ବ୍ୟବସ୍ତା- ଟୀକା କାରଣ ଓ ତାହାର ଚିକିତ୍ସା ବିଷୟରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ରଘୁନାଥ ଆଚାରୀ କୁକୁଡା ପାଳନର ବିଭିନ୍ନ ପଦ୍ଧତି ଏବଂ ଏହା ଦ୍ବାରା ଚାଷୀ ମାନେ କିପରି ଲାଭାନ୍ନିତ ହୋଇ ପାରିବେ, ସ୍ୱଳ୍ପ ଖର୍ଚ୍ଚରେ ଉନ୍ନତ ଧରଣର କୁକୁଡା ଘର ତିଆରି କରିହେବ ତାହା ଉପରେ ବୁଝାଇଥିଲେ। ଏଥିରେ ବାଡି ଅଗଣାରେ କମ ଖର୍ଚ୍ଚରେ କିପରି ଦେଶୀ କୁକୁଡା ଚାଷ କରାଯାଇ ପାରିବ ଏବଂ ଏହାର ବଂଶବୃଦ୍ଧି ପ୍ରଣାଳୀ,କୁକୁଡାର ବିଭିନ୍ନ ରୋଗର ପାରମ୍ପରିକ ଚିକିତ୍ସା ପଦ୍ଧତି ଏବଂ ଉତ୍ପାଦକ ଗୋଷ୍ଟି ମାଧ୍ୟମରେ ଦେଶୀ କୁକୁଡା ଚାଷ କରି କିପରି ଅଧିକ ରୋଜଗାର କ୍ଷମ ହୋଇପାରିବେ ତାହା ଉପରେ ବିସ୍ତୃତ ବିଷୟରେ ବୁଝାଇଥିଲେ।ଏଥିରେ ଗୁଡଭେଲା,ଦେଉଳଗୁଡି, ମାଢେକେଲା, ତେନ୍ତୁଳିଖୁଣ୍ଟି ଏବଂ ଘୁନା ଗ୍ରାମପଞ୍ଚାୟତର ବହୁ କୁକୁଡା ଚାଷୀ ଯୋଗଦାନ କରିଥିଲେ। କାର୍ଯକ୍ରମକୁ ବ୍ଲକ ସଂଯୋଜକ ଧର୍ମ ସାଗର ପ୍ରଧାନ ପରିଚାଳନା କରିଥିଲେ।