-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ବିନିକା(ହିମାଂଶୁ ଶେଖର ପୁଟେଳ): ମାନବ ସେବା ହିଁ ସବୁଠାରୁ ମହାନ ।ବର୍ତ୍ତମାନର କଳୀ ଯୁଗରେ ଡାକ୍ତର ମାନେ ହିଁ ଭଗବାନ ସଦୃଶ ।ସେବା ମନୋବୃତି ନେଇ ନିଜ ଜୀବନକୁ ବାଜି ଲଗାଇ ମାନବ ସେବା କରି ଆସୁଥିବା ୫ଡାକ୍ତରଙ୍କୁ ଗତକାଲି ସନ୍ଧ୍ୟାରେ ବିନିକା ସ୍ପୋର୍ଟସ କ୍ଲବ ଠାରେ ବିନିକା ବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସୂଚନା ଯୋଗ୍ୟ ଯେ ଗତ ୨୦୦୦-୦୧ମସିହାରେ ପ୍ରଥମ କରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇ ଦୀର୍ଘ ୬ବର୍ଷ ଧରି ସଫଳତାର ସହିତ ରୋଗୀ ସେବା କରିଥିବା ଡାକ୍ତର ସୁବାସ ଚନ୍ଦ୍ର ଦାଶ ବର୍ତମାନ କଟକ ବଡ ମେଡିକାଲ କଲେଜରେ ସର୍ଜରୀ ବିଭାଗରେ କାର୍ଯ୍ୟରତ ଥିଲେ ମଧ୍ୟ ବିନିକା ମାଟିକୁ ମନେ ପକାଇ ସୋମବାର ବିନିକା ବାସୀଙ୍କୁ ଭେଟିଥିଲେ ।ତାଙ୍କ ନେତୃତ୍ୱରେ ତାଙ୍କର ୪ଜଣ ସାଥୀ (ୟୁଏସଏ) ଆମେରିକାରେ କାର୍ଯ୍ୟରତ ଡାକ୍ତରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାନଦୀ ନେତ୍ର ଚିକିତ୍ସାଳୟରେ ଅନୁଷ୍ଟିତ କାର୍ଯ୍ୟକ୍ରମ ସମାପ୍ତ ପରେ ଡାକ୍ତର ଗଣ ବିନିକା ଆସି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ପରେ ବିନିକା ସ୍ପୋର୍ଟସ କ୍ଲବକୁ ଆସିବା ପରେ ତାଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ସଭାକୁ ସଂଯୋଜନା କରି ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ମଣିଷ ଜୀବନ ମରଣ ପାଇଁ କି ଶେଷରେ ମଣିଷ ମରିବ। ଏଧରା ଧାମରେ ଯେତେଦିନ ଥିବ ସେବା ମନଭାବ ରଖିବ ।
ଧନିବି ମରିବ,ଗରିବ ବି ମରିବ,ଏଇ କଥା ମନେ ରଖିବ ।ଦୁଃଖୀ ରଙ୍କି ଙ୍କର ସେବା ଟିକେ କଲେ ଜୀବନ ସାର୍ଥକ ହୋଇବ ବୋଲି କହିଥିଲେ ।ଏହି ପରିପ୍ରେକ୍ଷୀରେ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ରଙ୍କ ସଭାପତିତ୍ତରେ ଅନୁଷ୍ଟିତ ସଭାରେ ବିନିକା ମାଟିକୁ ଭଳ ପାଉଥିବା ଡାକ୍ତର ସୁବାସ ଚନ୍ଦ୍ର ଦାଶ ବିନିକା ଅଞ୍ଚଳବାସୀଙ୍କ ସ୍ନେହ,ମମତା ଓ ଭଳ ପାଇବାର ଆନ୍ତରିକତାକୁ ନିଜ ଗଭୀର ଅନ୍ତରରୁ ଭୂୟସି ପ୍ରଶଂସା କରିଥିଲେ ।ଦୀର୍ଘ ୬ବର୍ଷ କାଳ ବିନିକା ଡାକ୍ତରଖାନାରେ ରହିଥିବା କର୍ତ୍ତବ୍ୟ ସମ୍ପାଦନ ଓ ଅଞ୍ଚଳର ଲୋକଙ୍କ ପାଇଁ କରିଥିବା ସେବା ଉପରେ ବର୍ଣ୍ଣନା କରିବା ସହିତ ବର୍ତମାନ ଯେଉଁ କଟକ ବଡ଼ ଡ଼ାକ୍ତରଖାନାରେ କାର୍ଯ୍ୟରତ ଅଛି ଯଦି ସେବା ନେଇ କାହାର ଦରକାର ପଡେ ତେବେ ସେହି ଲୋକଙ୍କୁ ସମ୍ପୁର୍ଣ୍ଣ ଭାବରେ ସମସ୍ତ ପ୍ରକାର ସେବା ଯୋଗାଇ ଦେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆମେରିକାରେ କାର୍ଯ୍ୟରତ ଡାକ୍ତର ପ୍ରମୋଦ କୁମାର ଗୁରୁ,ଦରେଦ୍ଵି ରାଜା ଏସ ରେଡ୍ଡି,ଡାକ୍ତର ଦେବେନ୍ଦ୍ର ସାହୁ,ଡାକ୍ତର ଗିରିଜା ଶଙ୍କର ନାଏକ,ଡାକ୍ତର ନରେନ୍ଦ୍ର ଚନ୍ଦ୍ର ଦାଶ ପ୍ରମୁଖ କର୍ତ୍ତବ୍ୟର ସେବା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଗୀତାଞ୍ଜଳି ମିଶ୍ର,ସୁଜାତା ମେହେର,ତନ୍ମୟ ଅଗସ୍ତି,ଦିପାଙ୍ଗଣା ମାହାନା,ପୁଷ୍ପା କୁମାରୀ ମିଶ୍ର ପ୍ରମୁଖ ଅତୀତ ଡାକ୍ତରଙ୍କୁ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମରେ ବିନିକା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ସାମିଲ ହୋଇଥିଲେ।