-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରର ସର୍ବପୁରାତନ ମାଁ ଗଜଲକ୍ଷ୍ମୀ ପୂଜା ମଧ୍ଯରେ ନାଲଖଣ୍ଡି ପଡା ପୂଜା ଅନ୍ୟତମ। ଗତକାଲି ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଠାରେ ଆସନ୍ତା ଅକ୍ଟୋବର ୧୬ ହେବାକୁଥିବା ମାଁ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି। ସଭାପତି ଭାବରେ ଲଲିତ କୁମାର ପଣ୍ଡାଙ୍କ ସମେତ ଉପସଭାପତି ଭାବରେ ଲକ୍ଷ୍ମୀଧର ବାଗ, ସମ୍ପାଦକ ପଞ୍ଜାନନ ଗଡୁଆ, ସହ ସମ୍ପାଦକ ପ୍ରହଲାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ମାଝି ଓ ବିଶ୍ବଜିତ ନାୟକ ଚୟନ ହୋଇଛନ୍ତି। ସେହିପରି ଉପଦେଷ୍ଠା ଭାବରେ ବିଶ୍ବମୟ ପୂଜାରୀଙ୍କ ସମେତ ସନ୍ତୋଷ କୁମାର ସ୍ବାଇଁ,ବିଭୁତି ମିଶ୍ର, ଅନନ୍ତ ଆଚାର୍ଯ୍ଯ, କଲ୍ୟାଣ ସାହାଣୀ ଓ ଗଜାନନ ଗଡୁଆ ପ୍ରମୁଖ ଚୟନ ହୋଇଛନ୍ତି। କମିଟି ତରଫରୁ ଏଥର ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ସାତଦିନ ବ୍ୟାପି ଅନୁଷ୍ଠିତ ହେବାର ନିର୍ଣ୍ଣାୟ ନିଆଯିବା ସହ ପ୍ରତେକ ଦିନ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଥିବା କମିଟି ତରଫରୁ ପ୍ରକାଶ।