-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
କଷାଗୁମୁଡା ବ୍ଳକ୍ ଅନ୍ତର୍ଗତ ମାଝୀ ଧାନୁଆଠାରେ ସଂସ୍କୃତ ଭାରତୀ ତରଫରୁ ବ୍ଳକ୍ ସ୍ତରୀୟ ସଂସ୍କୃତ ଦିବସ ଉତ୍ସବ ଅନୁଷ୍ଠିତ ହେ।ଇଯାଇଛି
ଏହି ଭବ୍ୟ ଉତ୍ସବରେ କଷାଗୁମୁଡା ବ୍ଳକ୍ ର ୨୧ଟି ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରିଓ ଛାତ୍ର-ଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ । ସଂସ୍କୃତ ଭାଷଣ ପ୍ରତିଯୋଗିତାରେ ମାଝୀ ଧାନୁଆ ସ୍କୁଲ ୧୦ମ ଛାତ୍ର ବସନ୍ତ ଚଣ୍ଡାଳ ପ୍ରଥମ ସ୍ଥାନ
ବରଗାଁର ସାହୁଲ୍ ହରିଜନ ୨ୟ,ବାଙ୍କୁଲିର ୧୦ମ ଛାତ୍ର ଉତ୍କଳ ଭତ୍ରା ୩ୟ ସ୍ଥାନ ଅଧିକାର କରିଛନ୍ତି। ଏହି ଉତ୍ସବ ସଭାରେ ମୁଖ୍ୟ ଅତିଥି ତଥା କଷାଗୁମୁଡା ବ୍ଳକ୍ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ ପ୍ରଥମିକ ଠାରୁ ସ୍ନାତକ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସଂସ୍କୃତ ଭାଷା ବାଧ୍ୟତା ମୂଳକ ହେବା ଦିଗରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଛନ୍ତି। ମୁଖ୍ୟ ବକ୍ତା ତଥା ନବରଙ୍ଗପୁର ବ୍ଳକ୍ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଓ ଲୋକ ଭାଷା ପ୍ରଚାର ସମିତିର ଜିଲ୍ଲାଧ୍ୟକ୍ଷ ରଶ୍ମି ପ୍ରସାଦ ଡ଼: ନୀଳ କଣ୍ଠ ପାଢ଼ୀ ଉପସ୍ଥିତ ଥିଲେ