-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ତୁଷୁରା (ପଞ୍ଚାନନ ନାଏକ): ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଠାରେ ଏଲଟିଆଇ ମାଇନଟ୍ରି ସହାୟତା ଏବଂ ମହାଶକ୍ତି ଫାଉଣ୍ଡେସନ ତରଫରୁ ପ୍ରାଥମିକ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ଗ୍ରାମପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ଗ୍ରାମପଞ୍ଚାୟତର ସରପଞ୍ଚ ହୃଦାନନ୍ଦ ନାଗ ଯୋଗଦେଇଥିଲେ। ଗୁଡଭେଲା ବ୍ଲକ ମେଡିକାଲ ଅଫିସର ତାନିଆଁ ଜୈନ,ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରିକୁ ଭୋଇ,ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଜ୍ଞା ରାଣୀ ବାରିକ ଉପସ୍ଥିତ ରହି ଗ୍ରାମାଞ୍ଚଳ ରେ ପ୍ରାଥମିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ଗୋଷ୍ଠୀ ସ୍ତରରେ ପୃଷ୍ଟି ହୀନତାଦୁରି କରଣ ପାଇଁ ଗୋଷ୍ଠୀର ଦାୟିତ୍ଵ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ଗୋଷ୍ଠୀ ର ମିଳିତ ଉଦ୍ୟମରେ ଗ୍ରାମ ପରିମଳ, ପରିଷ୍କାର ପରିଚ୍ଛନ୍ନତା ,ନିରାପଦ ପାଣିୟ ଜଳ ଉପଲବ୍ଧି କରାଇବା ପାଇଁ ବ୍ୟାପକ ଉଦ୍ୟମ କରିବା ପାଇଁ ଆଲୋଚନା କରାଯାଇଥିଲା ।ଗ୍ରାମ ପଞ୍ଚାୟତ ରେ ଉପଲବ୍ଧ ଥିବା ସ୍ବାସ୍ଥ୍ୟ ଓ ପାନୀୟ ଜଳ ବାବଦରେ ପାଣ୍ଠି ର ସୁବିନିଯୋଗ ପାଇଁ ଗାଁ ସ୍ବାସ୍ଥ୍ୟ ସମିକ୍ଷା କମିଟି ଓ ଗ୍ରାମ ପଞ୍ଚାୟତ ସମିକ୍ଷା କମିଟି ସମନ୍ୱୟ ରକ୍ଷା କରି ପରିଚାଳନା କରିବାକୁ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୁଡଭେଲା,ଦେଉଳଗୁଡି,ମାଢେକେଲା, ତେନ୍ତୁଳିଖୁଣ୍ଟି, ଘୁନା ଗ୍ରାମପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ, ଗାଁ କଲ୍ୟାଣ ସମିତିର ସଦସ୍ୟା, ସଦସ୍ୟ ମାନଙ୍କ ସହିତ ୭୦ ରୁ ଉର୍ଦ୍ଧ ମହିଳା ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ସଂଯୋଜକ ଧର୍ମ ସାଗର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।