-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
ଗାଇସିଲେଟ(ପ୍ରେରଣା ଖବର): ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟ ସଂସ୍କୃତ ବିଭାଗ ପକ୍ଷରୁ ନବାଗତ ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।ଏହି ସଭାରେ ସଂସ୍କୃତ ବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ନାରାୟଣ ମିଶ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଜୟକେତନ ତ୍ରିପାଠୀ ଯୋଗ ଦେଇ ବଶୁଧେବ କୁଟୁମ୍ବକମ୍ ର ତାତ୍ପର୍ଯ୍ୟ ବୁଝାଇଥିଲେ। ଈତିହାସ ବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ କୁମାର ପ୍ରଧାନ ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଂସ୍କୃତ ଭାଷା ମହତ୍ତ୍ଵ ଓ ଗୁରୁ ଆଶୀର୍ବାଦର ଗୁରୁତ୍ଵ ବୁଝାଇଥିଲେ। ଅଧ୍ୟାପକ ବିଶ୍ଵନାଥ ବାଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସୋନାଲିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲି। କାର୍ଯକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନକ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯକ୍ରମରେ ଅତିଥି ଭାବରେ ପ୍ରାଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ବାଚସ୍ପତି ପଧାନ, ଅରୁଣ ମୁନା,ସୁନିଲ ପାଣିଗ୍ରାହୀ,ଅଧ୍ୟାପିକା ରାକ୍ଷୀ ମେହେର, ପ୍ରତିଭା ଦାସ, ପୂର୍ଣ୍ଣିମା ହରପାଲ ଯୋଗ ଦେଇଥିଲେ। ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହିତ ଯୁକ୍ତ ତିନି ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏହି ଭବ୍ୟ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା।