-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଅଦ୍ୟ ତା ୨୧.୦୯.୨୦୨୪ ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସୁଭଦ୍ରା କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମାନ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୁପେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମାନ ଜ୍ୟୋତିକାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗାଦାନ କରି ବିଭିନ୍ନ ସ୍କୁଲରୁ ଆସି ସୁଭଦ୍ରା କଳା ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଆଶୁତୋଷ ଛତର, ମନୋଜ ଜେନା, ନିରଞ୍ଜନ ବେହେରା ବିଚାରକ ରୂପେ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗୀତାରେ ବରଗଡ଼ ସରକାରୀ ଉଚ୍ଚ ବିଦ୍ୟାଲୟର ଛାତ୍ରୀ ଆକୃତି କୁମ୍ଭାର, ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମାଲର ଡ଼ଲି ଭୋଇ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ମୁନିକେଲର ଛାତ୍ରୀ ଶକ୍ତିମୟୀ ଦାଶ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କୃତି ଛାତ୍ରୀ ମାନଙ୍କୁ ଆସନ୍ତାକାଲି ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳାରେ ପୁରସ୍କୃତ କରା ଯିବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ ଏହି ସୁଭଦ୍ରା କଳା ପ୍ରତିଯୋଗିତାରେ ସମଗ୍ର ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକରୁ ୪୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନରେ ପରିଣତ କରିବା ପାଇଁ ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।