-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
ନାକଟିଦେଉଳ (କନ୍ଦର୍ପ ବେହେରା): ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ 'ଏକ ରାଷ୍ଟ୍ର ଏକ ନିର୍ବାଚନ' ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଇତିହାସ ବିଭାଗର ଅଧ୍ୟାପକ, ସରୋଜ କୁମାର ଭୁଏ, ଅଧ୍ୟାପକ ହୁସେନ ପ୍ରଧାନ ଓ ବିଶ୍ବଜିତ ସାହୁ ଅତିଥି ଭାବେ ଯୋଗଦେଇ ଭାରତୀୟ ଗଣତନ୍ତ୍ରରେ ଏକକାଳୀନ ନିର୍ବାଚନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ମଧ୍ଯରେ ଧରିତ୍ରୀ, ଅଂଶିକା, ଗାୟତ୍ରୀ,ଆଶିଷ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥଲେ।ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ୭୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ଛାତ୍ରୀ ସ୍ମୃତିରେଖା ଧନ୍ୟବାଦ ଅର୍ପଣ କରିଥିଲେ।