-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||     

HOME   ରାଜ୍ୟ

ରାୟଗଡାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

21-Sep-2024



ରାୟଗଡା(ସୁପ୍ରିୟା ଷଡଙ୍ଗୀ):ରାୟଗଡା ରେଳବାଇ ଖେଳ ପଡିଆ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ରାୟଗଡା ଜିଲ୍ଲାପାଳ ପାରୁଲ

ପଟାୱରି ସଭାପତିତ୍ଵ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶା ବି ସି  ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହ୍ନର, ଗୁଣପୁର ଉପଜିଲ୍ଲାପାଳ କିରଣ ଦୀପ କୌର ସାହାଟେ ଓ ରାୟଗଡା ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ମଞ୍ଚାସୀନ ଥିଲେ।
      ଓଡିଶାରେ ସରକାରଙ୍କ ଶହେଦିନ ପୂର୍ତ୍ତି ଉପଲକ୍ଷେ ସମସ୍ତ ଜିଲ୍ଲାବାସୀଙ୍କୁ ଶୁଭ କାମନା ଜଣାଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖୁଣ୍ଟିଆ ଓଡ଼ିଶାରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଆରମ୍ଭ ହୋଇପାରିଛି ବୋଲି ଜଣାଇଥିଲେ। ରାଜ୍ୟରୁ ଗରିବୀ ହଟିବ, ଯୁବଶକ୍ତିର ଅଭ୍ୟୁଦୟ ହେବ, କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସହ ମହିଳା ମାନେ ଆତ୍ମ ନିର୍ଭରଶୀଳ ଓ ସଶକ୍ତ ହେବେ। ଓଡିଶା ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହେବ। ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବେନାହିଁ,  ବିକଶିତ ଓଡିଶା ଗଠନ ହେବ ବୋଲି କହିଥିଲେ। ଗତ ଶହେ ଦିନ ମଧ୍ୟରେ ସରକାର ଲକ୍ଷ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ ସହ, ଶ୍ରୀଜଗନ୍ନାଥ ମନ୍ଦିର ର ଚାରି ଦ୍ଵାର ଖୋଲିବା, ଶିକ୍ଷା ପୁରସ୍କାର ପ୍ରଦାନ ଆଦି ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥିବା ସ୍ଵାଧୀନ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଯୋଜନା, ପିଏମ କିଶାନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଅଣସଙ୍ଗଠିତ ଶ୍ରମିକ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ ସରକାରୀ ଯୋଜନା ଲୋକଙ୍କ ପାଇଁ  ଅପହଞ୍ଚ ରହିଛି, ସେଗୁଡିକର ଉତ୍ତମ କାର୍ଯ୍ୟକାରୀ ହେଲେ ଗରିବୀ ହଟିବ ଓ ବିକଶିତ ଓଡ଼ିଶା ଗଠନ ସମ୍ଭବ ବୋଲି କହିଥିଲେ। ସମସ୍ତ ଗ୍ରାମକୁ ରାସ୍ତା ଓ ବିଜୁଳି,ପାନୀୟ ଜଳ ନିଶ୍ଚିତ ପହଁଞ୍ଚିବ, ଗରିବ ପେଟପୁରା ଖାଦ୍ୟ ପାଇବେ , ୨୦୩୬ ସୁଦ୍ଧା ବିକଶିତ ଓଡିଶା ସଂକଳ୍ପ ପୂରଣ ହେବ  । ପରିବେଶ ଯତ୍ନ ନିମନ୍ତେ ଅଧିକ ବୃକ୍ଷରୋପଣ, ନିଜ ଗାଁ ଓ ପରିବେଶ କୁ ସ୍ଵଚ୍ଛ ରଖିବା ନିମନ୍ତେ ଆହ୍ଵାନ ଦେବା ସହ ସରକାରଙ୍କ ହାତମୁଠାକୁ ଦୃଢ଼ କରିବା ନିମନ୍ତେ ଅନୁରୋଧ କରିଥିଲେ। 
ପ୍ରାୟ ଛଅ ହଜାରରରୁ ଉର୍ଦ୍ଧ ମହିଳା ଓ ଦୁଇ ହଜାରରରୁ ଉର୍ଦ୍ଧ ପୁରୁଷ ଯୋଗାଇଦେଇଥିବାରୁ ମୁଖ୍ୟ ଅତିଥି ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। 
      ଜିଲ୍ଲାପାଳ ଶ୍ରୀମତୀ ପାରୁଲ ସ୍ଵାଗତ ଭାଷଣରେ  ରାୟଗଡା ଜିଲ୍ଲାରେ ବର୍ତ୍ତମାନ ମଧ୍ଯ ଅନେକ ବିକାଶ ବାକି ରହିଥିବା  କହିଥିଲେ  । ସବୁଦିନିଆ ରାସ୍ତା,  ବିଜୁଳି,  ସୁଦ୍ଧ ପାନୀୟ ଜଳ,  କୁଶଳୀଙ୍କ ନିମନ୍ତେ  ସ୍ଥାୟୀ ରୋଜଗାର ସ୍ଵାସ୍ଥ୍ୟ ସେବା ଆଦିର ଉଦାହରଣ ଦେଇ ଆମକୁ ଅନେକ ଦୂର ଯିବାର ଅଛି ,  ସରକାରଙ୍କ ସମସ୍ତ ଯୋଜନା  ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅଛି  ସର୍ବୋପରି,  ଗରିବ ମୁହଁରେ ହସ ଫୁଟେଇବାର ଅଛି  ଏଣୁ  ସରକାରୀ କଳ ଲୋକାଭିମୁଖୀ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ  ।
 
ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ  ଅଠର ଗୋଟି ସଚେତନତା ଷ୍ଟଲ୍ ପରିଦର୍ଶନ କରିଥିଲେ। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଦର୍ଶନ କରାଯାଇଥିଲା। 
       ଏହି ଅବସରେ ଦଶ ଜଣ ମହିଳାଙ୍କୁ ସୁଭଦ୍ରା କିସ୍ତି  ମିଶନ ଶକ୍ତି ତରଫରୁ ବଡ ରାଇସିଂ ଗ୍ରାମର ସାଇ ଏସ୍ ଏଚ୍ ଜିକୁ ଛଅ  ଲକ୍ଷ ଟଙ୍କା,  ରାୟଗଡା ପୌରାଞ୍ଚଳର ବଦ୍ରୀନାଥ ଏସ୍ ଏଚ୍ ଜି ଙ୍କୁ ଚାରି ଲକ୍ଷ ଟଙ୍କା ଓ ପ୍ରଗତି ଏସ୍ ଏଚ୍ ଜି ଙ୍କୁ  ଦୁଇ ଲକ୍ଷ ଟଙ୍କାର ବ୍ୟାଙ୍କ ରୁଣ ସହାୟତା ପ୍ରଦାନ କରାଯାଇଛି ।  ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ, ବିବାହ,  ପ୍ରସୂତୀ କାଳୀନ ଓ ଉଚ୍ଚ ଶିକ୍ଷା ନିମନ୍ତେ ସହାୟତା  ଓ ନିର୍ମାଣ ଶ୍ରମିକ ପଞ୍ଜୀକରଣ ପ୍ରମାଣପତ୍ର ମୁଖ୍ୟ ଅତିଥି ଙ୍କ କରକମଳରେ ପ୍ରଦାନ କରାଯାଇଥିଲା। 
      ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା ଓ ପରେ ଓଡିଶୀ , ଡ଼ଙ୍ଗରିଆ କନ୍ଧ  ଲାଞ୍ଜିଆ ସଉରା ଆଦି  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

କରାଯାଇଥିଲା  
 ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏଥିରେ ସହଯୋଗ କରିଥିଲେ। ଶେଷରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳା ତିନିଦିନ ଧରି ଚାଲିବ ବୋଲି  ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026

You Might Also Like