-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||     

HOME   ରାଜ୍ୟ

ନୋଏଡା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

20-Sep-2024



ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ଜଣାଯାଇଛି । ୨୦୨୫ ମସିହା ଫେବୃଆରୀ ୨ ତାରିଖର ଶୁଭ ଅବସରରେ ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହା ସମାରୋହରେ ରାଷ୍ଟ୍ରପତି ସାମିଲହେବାକୁ ମୌଖିକ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ମନ୍ଦିର ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସମିତି ତରଫରୁ ସାଧାରଣ ସମ୍ପାଦକ ବିଶିଷ୍ଟ ଚାଟାର୍ଡ ଏକାଉଣ୍ଟାଣ୍ଟ ଡ. ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିକଟରେ ରାଷ୍ଟ୍ରପତି ଭବନଠାରେ ଶ୍ରୀମତୀ ମୁର୍ମୁଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରମୋଦ ବାହାଲ, ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସ୍ଵାଇଁ, ସଦସ୍ୟ ଦେବବ୍ରତ ମିଶ୍ର

ଏବଂ ସୁବ୍ରତ କୁମାର ଜେନା ପ୍ରମୁଖ ଅନର୍ଭୂକ୍ତ ଥିଲେ। ନୋଏଡାଠାରେ ମହାପ୍ରଭୁଙ୍କର ଏକ ବିଶାଳ ଓ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବା ବିଷୟ ଜାଣି ଶ୍ରୀମତୀ ମୁର୍ମୁ ଖୁବ ଆନନ୍ଦ ବ୍ୟକ୍ତ କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠା ପର୍ବରେ ସାମିଲ ହେବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଥିଲେ।

     ଭଗବାନ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ  ଶ୍ରୀବଳଭଦ୍ର,  ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟ କର୍ତ୍ତାର ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି । ବିଗ୍ରହମାନଙ୍କୁ ଜୀବନ୍ତ ସ୍ଵରୂପ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ପ୍ରାଣ ପ୍ରତିଷ୍ଠା ବିଧିକୁ ହିନ୍ଦୁ ଧର୍ମରେ ସ୍ଵତନ୍ତ୍ର ମହତ୍ୱ ପ୍ରଦାନ କରାଯାଇଥାଏ। ଏହି ପବିତ୍ର ଉତ୍ସବ ଉପଲକ୍ଷେ ସେଦିନ ବଢ଼ି ଭୋରରୁ ମନ୍ଦିରରେ ବିଭିନ୍ନ ପ୍ରକାରର ପୂଜା, ରୀତିନୀତି ଓ ଉପଚାର ବୈଦିକ ପରମ୍ପରା ମୁତାବକ ସମ୍ପନ୍ନ କରାଯିବ। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ମଧ୍ଯ ଅନୁଷ୍ଠିତ ହେବାକୁ ଯାଉଛି। ସବାଶେଷରେ ଦିଅଁମାନଙ୍କର ପ୍ରାଣ ପ୍ରତିଷ୍ଠା ଅଧିବେଶନ ସମାପନ କରାଯିବା ପାଇଁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।  ୨୦୨୫ ମସିହା ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପାଞ୍ଚଦିନିଆ ଧାର୍ମିକ ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ଦେବସ୍ଥାନ ଯଥା ; ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଏବଂ ବାରଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ ଓ ମହାତ୍ମାଙ୍କ ଭଳି ହିନ୍ଦୁ ଧର୍ମର ମହାପୁରୁଷମାନେ ଯୋଗ ଦେବାକୁ ଯାଉଥିବା ମନ୍ଦିର ସୂତ୍ରରୁ ପ୍ରକାଶ। 


ପୁରୀର ପୁରାତନ ମନ୍ଦିର ତୁଳନାରେ ନୋଏଡାର ସେକ୍ଟର -୧୨୧ସ୍ଥିତ ଏ-୧ ର ବିସ୍ତୀର୍ଣ୍ଣ, ସୁନ୍ଦର, ସୁରମ୍ୟ ଏବଂ ସବୁଜିମା ଭରା ଜମି ଉପରେ ଦଣ୍ଡାୟମାନ ଏହି ବୃହତ ଏବଂ ବିଭୂଷିତ ମନ୍ଦିରଟି ଆଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଛି। ଏହାର ଭିତର ମହଲକୁ ପାରମ୍ପରିକ ଭାରତୀୟ ମନ୍ଦିରର ଆକୃତିକୁ ଆଧାର କରି ଖୁବ ନିଖୁଣ ଓ ପ୍ରାଞ୍ଜଳ ଭାବେ ପଥରଗୁଡ଼ିକୁ କଟାଯାଇ ବନାଯାଇଛି । ମନ୍ଦିରର ଗର୍ଭଗୃହରେ ଦିଅଁମାନଙ୍କର ଆସ୍ଥାନ ପାଇଁ ରତ୍ନ ସିଂହାସନ ଉପଲବ୍ଧ କରାଯାଇଥିବାର ସୂଚନା ମିଳିଛି। 

   ୨୦୧୩ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଥିଲା। ନୋଏଡାଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣର ମୂଖ୍ୟ ଉଦ୍ଦେଶ୍ୟ ହେଲା ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ରୁତ ବର୍ଦ୍ଧିଷ୍ଣୁ ଭକ୍ତମାନଙ୍କର ଆଧ୍ୟାତ୍ମିକ ସେବା ଓ ଧାର୍ମିକ କର୍ତ୍ତବ୍ୟର ଆବଶ୍ୟକତାକୁ ପୂରଣ କରିବା ବୋଲି ସାଧାରଣ ସମ୍ପାଦକ ଡ. ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚାଇଛନ୍ତି । ବର୍ଷକର ବାରମାସ ସାରା ନିୟମିତ ଭାବରେ ବିଭିନ୍ନ ପର୍ବପର୍ବାଣୀ, ସାଂସ୍କୃତିକ  ମହୋତ୍ସବ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆୟୋଜନ କରାଯିବାରେ, ଏହି ମନ୍ଦିର ପ୍ରମୁଖ ଭୂମିକା  ଗ୍ରହଣ କରି ଆସୁଥିବା ସେ ଜଣାଇଛନ୍ତି ।ମନ୍ଦିରର ବାର୍ଷିକ କାର୍ଯ୍ୟକ୍ରମ ସୂଚୀ ମଧ୍ୟରେ ସବୁଠୁ ବଡ଼ ଆକର୍ଷଣ ଭାବରେ ୨୦୧୩ ମସିହାଠାରୁ ଏଠାରେ ପୁରୀ ମନ୍ଦିର ଶୈଳୀରେ ରଥଯାତ୍ରା ଆୟୋଜନ କରାଯାଇ ଆସୁଥିବା 
 ଡ. ମହାନ୍ତି ଉଲ୍ଲେଖ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026

You Might Also Like