-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ରାଜ୍ୟ

ନୋଏଡା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

20-Sep-2024



ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ଜଣାଯାଇଛି । ୨୦୨୫ ମସିହା ଫେବୃଆରୀ ୨ ତାରିଖର ଶୁଭ ଅବସରରେ ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହା ସମାରୋହରେ ରାଷ୍ଟ୍ରପତି ସାମିଲହେବାକୁ ମୌଖିକ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ମନ୍ଦିର ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସମିତି ତରଫରୁ ସାଧାରଣ ସମ୍ପାଦକ ବିଶିଷ୍ଟ ଚାଟାର୍ଡ ଏକାଉଣ୍ଟାଣ୍ଟ ଡ. ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିକଟରେ ରାଷ୍ଟ୍ରପତି ଭବନଠାରେ ଶ୍ରୀମତୀ ମୁର୍ମୁଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରମୋଦ ବାହାଲ, ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସ୍ଵାଇଁ, ସଦସ୍ୟ ଦେବବ୍ରତ ମିଶ୍ର

ଏବଂ ସୁବ୍ରତ କୁମାର ଜେନା ପ୍ରମୁଖ ଅନର୍ଭୂକ୍ତ ଥିଲେ। ନୋଏଡାଠାରେ ମହାପ୍ରଭୁଙ୍କର ଏକ ବିଶାଳ ଓ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବା ବିଷୟ ଜାଣି ଶ୍ରୀମତୀ ମୁର୍ମୁ ଖୁବ ଆନନ୍ଦ ବ୍ୟକ୍ତ କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠା ପର୍ବରେ ସାମିଲ ହେବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଥିଲେ।

     ଭଗବାନ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ  ଶ୍ରୀବଳଭଦ୍ର,  ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟ କର୍ତ୍ତାର ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି । ବିଗ୍ରହମାନଙ୍କୁ ଜୀବନ୍ତ ସ୍ଵରୂପ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ପ୍ରାଣ ପ୍ରତିଷ୍ଠା ବିଧିକୁ ହିନ୍ଦୁ ଧର୍ମରେ ସ୍ଵତନ୍ତ୍ର ମହତ୍ୱ ପ୍ରଦାନ କରାଯାଇଥାଏ। ଏହି ପବିତ୍ର ଉତ୍ସବ ଉପଲକ୍ଷେ ସେଦିନ ବଢ଼ି ଭୋରରୁ ମନ୍ଦିରରେ ବିଭିନ୍ନ ପ୍ରକାରର ପୂଜା, ରୀତିନୀତି ଓ ଉପଚାର ବୈଦିକ ପରମ୍ପରା ମୁତାବକ ସମ୍ପନ୍ନ କରାଯିବ। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ମଧ୍ଯ ଅନୁଷ୍ଠିତ ହେବାକୁ ଯାଉଛି। ସବାଶେଷରେ ଦିଅଁମାନଙ୍କର ପ୍ରାଣ ପ୍ରତିଷ୍ଠା ଅଧିବେଶନ ସମାପନ କରାଯିବା ପାଇଁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।  ୨୦୨୫ ମସିହା ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପାଞ୍ଚଦିନିଆ ଧାର୍ମିକ ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ଦେବସ୍ଥାନ ଯଥା ; ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଏବଂ ବାରଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ ଓ ମହାତ୍ମାଙ୍କ ଭଳି ହିନ୍ଦୁ ଧର୍ମର ମହାପୁରୁଷମାନେ ଯୋଗ ଦେବାକୁ ଯାଉଥିବା ମନ୍ଦିର ସୂତ୍ରରୁ ପ୍ରକାଶ। 


ପୁରୀର ପୁରାତନ ମନ୍ଦିର ତୁଳନାରେ ନୋଏଡାର ସେକ୍ଟର -୧୨୧ସ୍ଥିତ ଏ-୧ ର ବିସ୍ତୀର୍ଣ୍ଣ, ସୁନ୍ଦର, ସୁରମ୍ୟ ଏବଂ ସବୁଜିମା ଭରା ଜମି ଉପରେ ଦଣ୍ଡାୟମାନ ଏହି ବୃହତ ଏବଂ ବିଭୂଷିତ ମନ୍ଦିରଟି ଆଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଛି। ଏହାର ଭିତର ମହଲକୁ ପାରମ୍ପରିକ ଭାରତୀୟ ମନ୍ଦିରର ଆକୃତିକୁ ଆଧାର କରି ଖୁବ ନିଖୁଣ ଓ ପ୍ରାଞ୍ଜଳ ଭାବେ ପଥରଗୁଡ଼ିକୁ କଟାଯାଇ ବନାଯାଇଛି । ମନ୍ଦିରର ଗର୍ଭଗୃହରେ ଦିଅଁମାନଙ୍କର ଆସ୍ଥାନ ପାଇଁ ରତ୍ନ ସିଂହାସନ ଉପଲବ୍ଧ କରାଯାଇଥିବାର ସୂଚନା ମିଳିଛି। 

   ୨୦୧୩ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଥିଲା। ନୋଏଡାଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣର ମୂଖ୍ୟ ଉଦ୍ଦେଶ୍ୟ ହେଲା ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ରୁତ ବର୍ଦ୍ଧିଷ୍ଣୁ ଭକ୍ତମାନଙ୍କର ଆଧ୍ୟାତ୍ମିକ ସେବା ଓ ଧାର୍ମିକ କର୍ତ୍ତବ୍ୟର ଆବଶ୍ୟକତାକୁ ପୂରଣ କରିବା ବୋଲି ସାଧାରଣ ସମ୍ପାଦକ ଡ. ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚାଇଛନ୍ତି । ବର୍ଷକର ବାରମାସ ସାରା ନିୟମିତ ଭାବରେ ବିଭିନ୍ନ ପର୍ବପର୍ବାଣୀ, ସାଂସ୍କୃତିକ  ମହୋତ୍ସବ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆୟୋଜନ କରାଯିବାରେ, ଏହି ମନ୍ଦିର ପ୍ରମୁଖ ଭୂମିକା  ଗ୍ରହଣ କରି ଆସୁଥିବା ସେ ଜଣାଇଛନ୍ତି ।ମନ୍ଦିରର ବାର୍ଷିକ କାର୍ଯ୍ୟକ୍ରମ ସୂଚୀ ମଧ୍ୟରେ ସବୁଠୁ ବଡ଼ ଆକର୍ଷଣ ଭାବରେ ୨୦୧୩ ମସିହାଠାରୁ ଏଠାରେ ପୁରୀ ମନ୍ଦିର ଶୈଳୀରେ ରଥଯାତ୍ରା ଆୟୋଜନ କରାଯାଇ ଆସୁଥିବା 
 ଡ. ମହାନ୍ତି ଉଲ୍ଲେଖ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like