-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||     

HOME   ଜିଲ୍ଲା

ଗୁରୁଗ୍ରାମଠାରେ ଦୁର୍ଗାପୂଜା ଉପଲକ୍ଷେ ମାଟି ଅନୁକୂଳ ପର୍ବ ସମ୍ପନ୍ନ

20-Sep-2024



ଗୁରୁଗ୍ରାମ:  ଗୁରୁଗ୍ରାମସ୍ଥିତ କଳିଙ୍ଗ କଲଚରାଲ ଏଣ୍ଡ୍ ୱେଲଫେୟାର ଆସୋସିଏସନ(କେ.ସି.ଡବ୍ଲ୍ୟୁ.ଏ)ତରଫରୁ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚଦଶ ତମ ଦୁର୍ଗାପୂଜା ଉପଲକ୍ଷେ ପବିତ୍ର ମାଟି ଅନୁକୂଳ ପର୍ବ ମହାସମାରୋହରେ ସମାପନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ମୁଖ୍ୟକର୍ତ୍ତା ହରେକୃଷ୍ଣ ମହାନ୍ତିଙ୍କର ସତାବନ ନମ୍ବର ସେକ୍ଟର ସ୍ଥିତ ବାସଭବନରେ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟିର ଶୁଭ ଅନୁକୂଳ କରାଯାଇଥିଲା । ମୂର୍ତ୍ତିକାର  ଏହି ଅନୁକୂଳ ହୋଇଥିବା ମାଟି ସହିତ ଆଉ ସାତ ପ୍ରକାର ମାଟିକୁ ମିଶାଇ ମା' ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ନିର୍ମାଣକୁ ପୂର୍ଣ୍ଣ ରୂପରେଖ ଦେବେ ବୋଲି ଆୟୋଜକମାନଙ୍କ ସୂତ୍ରରୁ ପ୍ରକାଶ।

ଏହି ଅବସରରେ ସଙ୍ଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କର ପୌରହିତ୍ୟରେ ଅନୁଷ୍ଠିତ ପଞ୍ଚମ ପ୍ରସ୍ତୁତି ବୈଠକରେ ବହୁ ବରିଷ୍ଠ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟମାନେ ଯୋଗଦେଇ ଚଳିତ ବର୍ଷର ପୂଜା ଆୟୋଜନର ଅଗ୍ରଗତି ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ଆଲୋଚନା କରିଥିଲେ। ଏଥରର ସାଜସଜ୍ଜାକୁ ଅଧିକ ଆକର୍ଷଣୀୟ ଓ ରଙ୍ଗାରଙ୍ଗ କରିବାକୁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ବିଭିନ୍ନ ରଙ୍ଗର ଆଲୋକ ମାଳା ସହିତ ପୂଜା ମଣ୍ଡପକୁ ନିଆରା ଢଙ୍ଗରେ ସଜାଯିବ ବୋଲି ସୋମାଲୀନ ଦାଶ  ସୂଚନା ପ୍ରଦାନ କରିଥିଲେ । ଉତ୍ସବ ସମୟରେ ଶାନ୍ତି, ଶୃଙ୍ଖଳା ରକ୍ଷା ଏବଂ ଅସାମାଜିକ ତତ୍ତ୍ଵମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବା ପାଇଁ କେ.ସି. ଡବ୍ଲ୍ୟୁ.ଏ ତରଫରୁ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ସଭାପତି ଶ୍ରୀ ବେହେରା ପ୍ରକାଶ କରିଥିଲେ।

ଏହି ବୈଠକରେ ଉପଦେଷ୍ଟା ମୋନାଲିସା ମହାପାତ୍ର, ସାଧାରଣ ସମ୍ପାଦକ ଭୀମସେନ ରେଡ୍ଡୀ, ସଙ୍ଗଠନ ସମ୍ପାଦକ କୃଷ୍ଣ ସ୍ଵାଇଁ, ଉପସଭାପତି ରଞ୍ଜନ ସାହୁ, ମିଡିଆ ପ୍ରଭାରୀ ପ୍ରଦ୍ୟୁମ୍ନ ରଥ, କୋଷାଧ୍ୟକ୍ଷ ବିନାୟକ ନାୟକ, ଯୁଗ୍ମ କୋଷାଧ୍ୟକ୍ଷ ଶେଷଦେବ ସାହୁ ତଥା ସଦସ୍ୟ ବୃନ୍ଦ ଯଥା ଶରତ କୁମାର ଦେହୁରୀ, ମୁରଲୀଧର ସାହୁ, ରାଜେନ୍ଦ୍ର ସାହୁ, ମାନସ ସାହୁ, ମଳୟ ରଞ୍ଜନ ଦାଶ, ଅର୍ଜୁନ ସ୍ଵାଇଁ, ବୀରେନ ସାମଲ ଓ ସଞ୍ଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ହରେକୃଷ୍ଣ ମହାନ୍ତି ଉପସ୍ଥିତ ସମସ୍ତଙ୍କର ସହଯୋଗ ପାଇଁ ସାଧୁବାଦ ଜଣାଇବା ସାଙ୍ଗକୁ ଏହି ମହାନ ପାର୍ବଣ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026

You Might Also Like