-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||     

HOME   ଜିଲ୍ଲା

ରି ଲ୍ ସ କୁଇନ୍ ରୁକସାନା ବାନୋଙ୍କୁ ହତ୍ୟା ଅଭିଯୋଗ, ଚିକିତ୍ସା କରିଥିବା ଡାକ୍ତର କହିଲେ : ସ୍କ୍ରବ୍ ଟାଇଫସ୍ !

20-Sep-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଭବାନୀପାଟଣାର ଜଣେ ଆଲବମ୍ ଅଭିନେତ୍ରୀ  ରିଲ୍ ସ କୁଇନ୍ ଭାବେ ଜଣାଶୁଣା ମୁସଲମାନ୍ ଯୁବତୀ ରୁକ୍ ସାନା ବାନୋଙ୍କ ସନ୍ଦେହଜନକମୃତ୍ୟୁ ଅଭିଯୋଗ ଏବେ ଚର୍ଚ୍ଚାରେ ।  ଗତ କିଛିଦିନତଳେ ସେ ଏକ ସମ୍ବଲପୁରୀ ଆଲବମ୍ ସୁଟିଂ କରିବାକୁ ବଲାଙ୍ଗୀର ଆସିଥିବା ବେଳେ ସରକାରୀ ବସ୍ ଷ୍ଟାଣ୍ଡ୍ ସୁଟିଂସ୍ଥଳରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ  ତୁରନ୍ତ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯିବା ପରେ ଘରକୁ ପଠାଇଦିଆଯିବା ପରେ ଗତ ଅଗଷ୍ଟ ୨୭ ତାରିଖରେ ଭବାନୀପାଟଣା ସରକାରୀ ଡାକ୍ତରଖାନା ଓ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳ ଓ ପୁଣି ବରଗଡର ' ବିକାଶ ' ଘରୋଇ ହସ୍ପିଟାଲ ଏବଂ ଅବସ୍ଥା ଗୁରୁତର ହୋଇପଡିବାରୁ ଭୁବନେଶ୍ବର ଏ ମ୍ ସ କୁ ନେଇ ଚିକିତ୍ସା କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଗତ ୧୯ ତାରିଖରେ ମୃତ୍ୟୁ ହୋଇଯାଇଥିବା ପ୍ରକାଶ । 

ତେବେ ଏହି ଅଭନେତ୍ରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଏହାକୁ ଏକ ସୁପିକଳ୍ପିତ ହତ୍ୟା ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ ମୃତାଯୁବତୀଙ୍କ ମାଆ ଓ ବଡଭଉଣୀ ସିଧାସଳଖ ଭାବରେ ବଲାଙ୍ଗୀର ବେଲପଡାର ଜଣେ ପେଶାଦାର ଆର୍କେଷ୍ଟ୍ରା ଯୁବ ଗାୟକ ରୁକୁ ସୁନା ତାଙ୍କ ଝିଅକୁ କ୍ରମାଗତ ନିର୍ଯାତନା ଦେଇ ଆସୁଥିବା ଓ ଶେଷରେ ଷଡଯନ୍ତ୍ର କରି ଫଳରସରେଞ ବା ଖାଦ୍ୟରେ କାହାଦ୍ବାରା ସ୍ଲୋ' ପଏଜନ୍ ଦେଇ ହତ୍ୟା କରିଥିବାର ଗୁରୁତର ଅଭିଯୋଗ ପ୍ରକାଶ କରିଛନ୍ତି । ତାଙ୍କର ଗଣମାଧ୍ୟମରେ ବୟାନ ଅନୁଯାୟୀ , ମୃତା ଆଲବମ୍ ଅଭିନେତ୍ରୀ ତଥା ଗାୟିକା ଜଣକ ପ୍ରଥମେ ରୁକୁ ସୁନାଙ୍କ ଗ୍ରୁପ୍ ସହ ଜଡିତ ଥିଲା ବେଳେ ପରେ କୋଶଳ ନାଁ'ରେ ଗତ ନିର୍ବାଚନରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ହୋଇଥିବା ସିନେ ଅଭିନେତା ସମ୍ବଲପୁରର ମନୋଜ ମିଶ୍ରଙ୍କ ସହ ମିଶି ପ୍ରୋଗ୍ରାମ କରିବାରୁ ରୁକୁ ସୁନା ତାଙ୍କ ଝିଅକୁ କେହି କାମ ନ ଦେବାକୁ ମନା କରି ବରାବର ଗତ କିଛିମାସ ହେଲା ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ସେ ହିଁ ଷଡଯନ୍ତ୍ର କରି ଜୁସ୍ ରେ ବିଷ ଦେଇ ରୁକ୍ ସାନା ଗୁରୁତର ହୋଇପଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ।  ଅବଶ୍ୟ ରୁକୁ ସୁନା ଏହାକୁ ଖଣ୍ଡନ କରି ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ତାଙ୍କୁ ବଦନାମ କରାଯିବାକୁ ଆଗରୁ ମଧ୍ୟ ଏଭଳି ଷଡଯନ୍ତ୍ର କରାଯାଇଥିବା ଓ ଏହି ଜୁସ୍ ରେ ବିଷ ମିଶାଯିବା ଅଭିଯୋଗର ତଦନ୍ତ ଦାବି କରିଛନ୍ତି । ତେବେ ରୁକୁ ସୁନା କିଛିବର୍ଷ ପୂର୍ବରୁ ଝାରସୁଗୁଡାର ଜଣେ ଗାୟିକା ଯୁବତୀକଳାକାର ସିମରନ୍ ବା ସେଲଫି ବେବୋଙ୍କ ସନ୍ଦେହଜନକ ମୃତ୍ୟୁମାମଲାରେ ଛନ୍ଦି ହୋଇଥିଲେ । ବେଲପଡାର ଜଣେ ଧନୀ ପୁରୁଣା ଦାଦନ ସର୍ଦ୍ଦାର ପରିବାରର ପୁଅ ଭାବେ ତାଙ୍କୁ ଲୋକେ ଜାଣିଥିଲେ ହେଁ , ପରେ ସେ ଜଣେ ଆର୍କେଷ୍ଟ୍ରା ଗାୟକ କଳାକାର ଭାବେ ନିଜର ଏକ ଦଳ ଗଢି ଜନପ୍ରିୟ ହୋଇଉଠି ଥିଲେ ହେଁ , ବିଭିନ୍ନ ସମୟରେ ବିଭିନ୍ନ ବିବାଦୀୟ ଘଟଣାରେ ଜଡିତ ହୋଇ ଆସୁଥିବା ବିଡମ୍ବନାର ବିଷୟ ।  କିନ୍ତୁ ଏଇ ଘଟଣାରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗକୁ ସମସ୍ତେ ଗ୍ରହଣ କରିପାରୁ ନାହାଁନ୍ତି । କିନ୍ତୁ ଏଇ ମାତ୍ରାଧିକ ଉଚ୍ଚାକାଂକ୍ଷୀ ଯୁବକଳାକାର ଜଣକଙ୍କ ବିରୁଦ୍ଧରେ କାହିଁକି ବାରମ୍ବାର ଏଭଳି ଯୁବତୀଜନିତ ଅଭିଯୋଗ ହେଉଛି , ଅନୁସନ୍ଧାନ ସାପେକ୍ଷ । 

ସର୍ବୋପରି ରୁକ୍ ସାନା ବାନୋଙ୍କୁ ଚିକିତ୍ସା କରିଥିବା ' ବିକାଶ ' ଘରୋଇ ହସ୍ପିଟାଲର ଡାକ୍ତର ଡା.ସନ୍ତୋଷ ଟେଟେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ , ଗତ ଅଗଷ୍ଟ ୩୧ ତାରିଖରେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତା ରୁକ୍ ସାନାଙ୍କର ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ସହ ନିମୋନିଆ ଓ ମଲ୍ ଟି ଅର୍ଗାନିକ୍ ସମସ୍ୟା ରହିଥିଲା । ତାଙ୍କୁ ସେଠାରେ ଗତ ସେପ୍ଟେମ୍ବର ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଏଭଳି ଏକ ବିବଦମାନ ସମ୍ବେଦନଶୀଳ ଚର୍ଚ୍ଚିତ ମାମଲାରେ ବିକାଶ ହସ୍ପିଟାଲ ଓ ସମ୍ପୃକ୍ତ ଚିକିତ୍ସକ ଗଣମାଧ୍ୟମରେ କାହିଁକି ଏପରି ବୟାନ ଦେଲେ , ଏହା ପୂର୍ଣ୍ଣତଃ ସନ୍ଦେହମୁକ୍ତ ନୁହେଁ ବୋଲି ଚର୍ଚ୍ଚା ହେଉଛି । 

ଉଲ୍ଲେଖନୀୟ ଯେ , ୨୪ ବର୍ଷ ଆଗରୁ ରୁକ୍ ସାନାଙ୍କ ବାପାଙ୍କର ମୃତ୍ୟୁକୁ  ହତ୍ୟା ଅଭିଯୋଗ କରି ସେତେବେଳେ ସେ ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଧାରଣା ଦେଇଥିବା ପ୍ରକାଶ । ସେ ସମ୍ବଲପୁରୀ ଆଲବମ୍ , ୟୁ ଟ୍ୟୁବ୍ ରି ଲ୍ ସ୍ ରେ ରିଲ୍ ଓ ସମ୍ବଲପୁରୀ ଆଲବମ୍ ' ସମ୍ବଲପୁରିଆ ଫୁଲ ' ପାଇଁ ଚର୍ଚ୍ଚିତା ଥିଲେ । ଆଜିକାଲି ଏଭଳି ଆଲବମ୍ , ରିଲ୍ ସ , ସର୍ଟଫିଲ୍ମ ଆଦି ଆଳରେ ଯୁବତୀମାନଙ୍କୁ ଫସାଇ ଯୌନକେଳେଙ୍କାରୀ କରାଯାଉଥିବା ଖବର ଓ ଶେଷରେ ଆତ୍ମହତ୍ୟା , ହତ୍ୟା ଆଦି ଘଟୁଥିବା ଏଠାରେ ମଧ୍ୟ ବିରଳ ନୁହେଁ । 

ଶେଷରେ ଏଭଳି ଅଭିଯୋଗର ତଦନ୍ତ ନିମନ୍ତେ କେବଳ ସୋସିଆଲ୍ ମିଡ଼ିଆ ବା ତାଙ୍କ ମାଆ ଓ ବଡଭଉଣୀଙ୍କ ବୟାନକୁ ଭିତ୍ତି କରି ଅଭିଯୋଗ ଭାଇରାଲ୍ ହେବା ବ୍ୟତୀତ ବିଧିବଦ୍ଧ ଭାବରେ ମୃତକାଙ୍କ ଶବ ବ୍ୟବଚ୍ଛେଦ , ଥାନାରେ ଏତଲା ବା ଆଇନଗତ ପଦକ୍ଷେପ ନିଆଯାଇଛି କି ନାହିଁ , ଜଣାଯାଇନାହିଁ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026

You Might Also Like