-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
19-Sep-2024
ବଲାଙ୍ଗୀର, (ପ୍ରେରଣା ଖବର) ଆମ୍ବେଦକର କ୍ଲବ ଗେଟ ସରୋବର ପଡ଼ା ଆନୁକୂଲ୍ୟରେ ନୁଆଁଖାଇ ଭାଟଘାଟ 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବଲାଙ୍ଗୀର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅରବିନ୍ଦ ବାରିକ, କାଉନ୍ସେଲର କିଶୋର କୁମ୍ଭାର, ମଧୁସୂଦନ ବାରିକ, ଶମ୍ଭୁ ହରପାଲ ମଂଚାସୀନ ଥିଲେ l କାର୍ଯ୍ୟକ୍ରମ ରେ ଷ୍ଟେଜ ପରିଚାଳନା କରିଥିଲେ ସାଗର କୁମ୍ଭାର l ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବାବାସାହେବ ଡ଼ ବି. ଆର ଆମ୍ବେଦକର ଙ୍କ ଫୋଟୋ ରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତେ ସମାନ ଓ ଉନ୍ନତି କ୍ଷେତ୍ରରେ ଶିକ୍ଷା ହେଉଛେ ସବୁଠାରୁ ମୂଳଦ୍ୱାର, ଯାହାକି ବାବା ସାହେବ ଙ୍କ ଦ୍ୱାରା ସମ୍ବିଧାନ ଲିପିବଦ୍ଧ l ଏହାସହ ପଶ୍ଚିମଓଡିଶା ର ଗଣପର୍ବ ହେଉଛେ ନୁଆଁଖାଇ ରେ ନାଚ, ଗୀତ, ବାଦ୍ୟ, କଳା ହେଉଛେ ମୁଖ୍ୟ l
ଯାହାକି ନୁଆଁଖାଇ ଦେଶ ବିଦେଶ ରେ ପଶ୍ଚିମ ଓଡିଶା ର ଏହି ମହାନ ଗଣପର୍ବ କୁ ମାନନ୍ତି ସ୍ନେହ, ଶ୍ରଦ୍ଧା ଓ ଭାଇଚାରା ର ପର୍ବ l ସମ୍ମାନିତ ଅତିଥି ବୃନ୍ଦ ପ୍ରକାଶ କଲେ ଯେ ଆମେ ଯେଉଁ ନାଚ, ଗୀତ ତଥା ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଆଜାଦି ପାଇଛୁ ତାହା କେବଳ ବାବାସାହେବ ଙ୍କ ଦେନ l ଏହି କାର୍ଯ୍ୟକ୍ରମ ରେ କିଛି ଲୋକଙ୍କୁ ସମ୍ମାନିତ କରାଯିବା ସହ ରୁକୁ ସୁନା ଙ୍କ ଅରକେଷ୍ଟl କୁ ଉପସ୍ଥିତ ଲୋକେ ଖୁବ ଉପଭୋଗ କରିଥିଲେ l କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଆକାଶ ସାଗର, ଖତୁ ନନ୍ଦ, ଯୁଗୀନ୍ଦ୍ର ଦୀପ, ଅଜୟ ନାଗ, ମାନସ ହରପାଲ ପ୍ରମୁଖ l