-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||     

HOME   ଜିଲ୍ଲା

ଗୁଣିଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ କଟୁରୀରେ ଆକ୍ରମଣ, ତିନି ଆସାମୀ ଗିରଫ କରି କୋର୍ଟ ଚାଲାଣ କଲା ଘଣ୍ଟାପଡ଼ା ପୋଲିସ

19-Sep-2024



କଣ୍ଟାମାଳ(ଜୟ କୁମାର ମହାରଣା): ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଆସାମୀ । ଏପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ଗ୍ରାମର ଖଲିଆପଡ଼ା ସାହିରେ।ସୂଚନାପ୍ରକାରେ କୁଲୁତାଯୋର ଗ୍ରାମର ପ୍ରାୟ ୫୦୦ମିଟର ଦୂରରେ ନିଜ ଜମି ପାଖରେ ସ୍ୱାମୀ ରଞ୍ଜିତ ମାଝୀ, ସ୍ତ୍ରୀ ମାନସୀ ମାଝୀ,ମାଆ ଶାନ୍ତି ମାଝୀ ଚାଷର ସୁବିଧା ପାଇଁ ଘର କରି ବେଶ ଆରାମରେ ରହୁଥିଲେ। ଅନତି ୨୦୦ ମିଟର ଦୂରରେ ଉକ୍ତ ଗ୍ରାମର ଇଲୁ ଓରଫ ଚନ୍ଦ୍ରଶେଖର ମାଝୀ( ୧୯)ଙ୍କ ପରିବାର ମଧ୍ୟ ନିଜ ଚାଷ ଜମି ଉପରେ ଘର କରି ରହୁଥିଲେ। ଆଉ ପାଖରେ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ନିଜ ଜମି ଉପରେ ଘର

କରି  ଖଲିଆପଡ଼ା ନାମରେ ନାମିତ କରିଥିଲେ।  ଇଲୁର ବାପାମାଆ ସହିତ ଜଣେ ମାଉସୀ ତାଙ୍କ ସହ ରହୁଥିଲେ। ସବୁ ଠିକ ଠାକ ଚାଲିଥିଲା। ହଠାତ ଇଲୁର ମାଉସୀ କୌଣସି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଯେତେ ଔଷଧ ଖାଉଥିଲେ ମଧ୍ୟ ଭଲ ହେଉ ନ ଥିଲେ। ଏପରିକି ସେ ଅନେକ ଡାକ୍ତରଖାନା ଯାଇ ନିରାଶ ହୋଇ ଚେରମୂଳୀ ଠୁ ଆରମ୍ଭ କରି ଡାକ୍ତର, କ୍ବାକ, ଗୁଣିଆ ର ବଶବର୍ତ୍ତୀ ହୋଇ କୌଣସିଥିରେ ଭଲ ନ ହେବାରୁ କିଏ ଗୁଣିଗାରେଡି କରିଥିବା ସନ୍ଦେହ କଲେ । ଶେଷରେ ମାଉସୀଙ୍କ ଦେହାନ୍ତ ହେବାରୁ ଇଲୁ କ୍ରୋଧାନ୍ୱିତ ହୋଇ ନିକଟରେ ବସବାସ କରୁଥିବା ରଞ୍ଜିତ ର ମାଆ ଉପରେ ସନ୍ଦେହ ଘନୀଭୂତ ହେଲା। ପ୍ରତିଶୋଧ ପରାୟଣ ହୋଇ ନିଜ ଗାଁର ଲଛମନ ମାଝୀ (୨୫)ଓ ନିକଟସ୍ଥ ଧରୁଆପଡ଼ାର ରାଜେନ୍ଦ୍ର ଧରୁଆ (୨୨)କୁ ସମସ୍ତ ବିଷୟ କହି ରଞ୍ଜିତର ମାଆକୁ ସବୁଦିନ ପାଇଁ ସଫା କରିଦେବା  ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ଗତ ସେପ୍ଟେମ୍ବର ୧୨ ତାରିଖ ଗୁରୁବାର ରାତିରେ ଖାଇ ପିଇ ସମସ୍ତେ ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ର ଧରି ତିନିଜଣ ମିଶି ରଞ୍ଜିତ ଘରକୁ ଯାଇଥିଲେ ଓ ରଞ୍ଜିତ ତାର ସ୍ତ୍ରୀପୁଅ ଶୋଇଥିବା ଅବସ୍ଥାରେ ଇଲୁ ପ୍ରଥମେ ସ୍ତ୍ରୀ ମାନସୀର ହାତ ସଂଲଗ୍ନ କାନ୍ଧ ସନ୍ଧିରେ ଏକ ଚୋଟ ଦେବା ପରେ ରଞ୍ଜିତ ର ବାମହାତରେ ଓ ପିଠିରେ ଚୋଟ ପକାଇଲା ବେଳକୁ ସ୍ତ୍ରୀର ବୋବାଳି ରେ ସମସ୍ତେ ଫେରାର ମାରିଥିଲେ। ଭାଗ୍ୟବଶତଃ ମାଆ ଅଲଗା ଘରେ ଶୋଇଥିବାରୁ ଅଳ୍ପକେ ବଞ୍ଚିଗଲେ । ଏପରି ସ୍ଥଳେ ପାଟି ବୋବାଳି ଶୁଣି କିଛି ଲୋକ ପହଞ୍ଚି  ଗୁରୁତର ସ୍ୱାମୀସ୍ତ୍ରୀଙ୍କୁ ପ୍ରଥମେ କଣ୍ଟାମାଳ ଡାକ୍ତରଖାନା ପରେ

ସୋନପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଗୁରୁତରଙ୍କ କେହି ନଥିବାରୁ ପୋଲିସ କୁ ଖବର ଦେଇ ପାରିନଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୋଲିସ ରଞ୍ଜିତ ର ଗାଁକୁ ଗଲାବେଳେ ଘରେ ତାଙ୍କର କେହି ନଥିଲେ କି ଗାଁରେ କିଛି ଲୋକଙ୍କୁ ପଚାରିବାରେ ଆମେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଠିକ ଦୁଇ ଦିନ ପରେ ସୋନପୁରରେ ଚିକିତ୍ସିତ ହେଉଥିବା ଖବର ପାଇ ପୋଲିସ ଡାକ୍ତରଖାନା ଯାଇଥିଲେ।ସେଠାରେ ସେମାନଙ୍କୁ ପଚାରିବାରେ ଆମେ କିଏ କାହିଁକି ଏପରି ଘଟଣା ଘଟାଇଲା କିଛି କହିପାରିଲେ ନାହିଁ। ଶେଷରେ ଗତ ୧୫ ତାରିଖରେ ମାଆ ଶାନ୍ତି ମାଝୀ ଏକ ଏତଲା ଥାନାରେ ଦାୟର କଲା। ପୋଲିସ କେସ୍ ନଂ ୧୨୪/୧୬.୯.୨୪ ଏକ ମାମଲା ରୁଜୁ କରି ସନ୍ଦେହରେ ଇଲୁ ଓରଫ ଚନ୍ଦ୍ରଶେଖର କୁ ଆଣି ପଚରା ଉଚରା କରିଥିଲା।ଏଥିରେ ଇଲୁ ସମସ୍ତସତ କଥା କହିଥିଲା।ଇଲୁର ବୟାନ ଅନୁସାରେ ଉକ୍ତ ଗ୍ରାମର ସହଯୋଗୀ ଲଛମନ ଓ ରାକେନ୍ଦ୍ରକୁ ଗିରଫ କରି ତିନି ଜଣକୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ   11-Sep-2026
  ରାଜ୍ୟ  
ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   11-Sep-2026
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026

You Might Also Like