-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ସ୍ଥିତ କନଫରେନ୍ସ ହଲ ଠାରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବାଣିଜ୍ୟ ବିଭାଗ ଦ୍ୱାରା ଯୁକ୍ତ ଦୁଇ ଓ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।ଅଧ୍ୟକ୍ଷ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଓ କର୍ମଠ ହେବା ସହ ଭାବ ଆଦାନ ପ୍ରଦାନ କୌଶଳର ବିକାଶ ନିମିତ୍ତ ଧ୍ୟାନ ଦେବା ପାଇଁ ମାର୍ଗ ଦର୍ଶନ କରିଥିଲେ।ବାଣିଜ୍ୟ ବିଭାଗ ମୁଖ୍ୟ ଶ୍ରୀ ନବକୃଷ୍ଣ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଶିକ୍ଷାରେ କେରିଅର ଗଠନର ବିଭିନ୍ନ ଦିଗ ଉପରେ ଆଲୋକପତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଖଗେଶ୍ୱର ଦାଶ,ଯୁକ୍ତ ଦୁଇ ଇନଚାର୍ଜ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର,ଓଡ଼ିଆ ବିଭାଗ ମୁଖ୍ୟ ଡ. ସରୋଜ କୁମାର ନାଏକ, ଅର୍ଥନୀତି ବିଭାଗ ଅଧ୍ୟାପକ ପ୍ରମୋଦ ପାଣିଗ୍ରାହୀ,କମ୍ପୁଟର ସାଇନ୍ସ ବିଭାଗ ମୁଖ୍ୟ ଶ୍ରୀ ମିଥୁନ ମେହେର, ଦର୍ଶନ ବିଭାଗ ଅଧ୍ୟାପକ ଶ୍ରୀ ସଞ୍ଜୟ ତିଗଗା, ବାଣିଜ୍ୟ ବିଭାଗର ଶ୍ରୀ ବ୍ରଜ କୁମ୍ଭାର,ଅଧ୍ୟାପିକା ନିଖତ ଅଞ୍ଜୁମ,ଅଧ୍ୟାପିକା ଲିପସା ଚନ୍ଦ୍ରାକର ଓ ଜଗବନ୍ଧୁ ସୁରୁଜାଲ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଛାତ୍ରଛାତୀ ମାନଙ୍କ ତରଫରୁ କାର୍ଯ୍ୟକ୍ରମକୁ ଦ୍ଵିତୀୟ ବର୍ଷ ଛାତ୍ର ବୀର ଶର୍ମା ପରିଚାଳନ କରିଥିଲେ।ସ୍ୱାଗତ ସଂଗୀତ ଗାନ କରିଥିଲେ ସୁଶ୍ରୀ ଆଫ୍ରିନ, ନୀଳାଦ୍ରୀ ଓ ଜାହ୍ନବୀ।ଏହି ସମାରୋହାକୁ ସଫଳ କରିବାରେ ମିନତୀ ଖରସେଲ, ପୂଜା ରାଜ୍ୱାନୀ, ଅଲିଭା ସାହୁ, ପ୍ରାଚୀ ଅଗ୍ରୱାଲ, ଖୁସୀ, ବର୍ଷାରାଣୀ କୁମ୍ଭାର,ଦମୟନ୍ତୀ ଲୁହାର, ଆୟୁଷ ଯୋଶୀ, ଆଦେଶ ସାହୁ, ମାନିକେଶ୍ୱର ତାଣ୍ଡି, ପପୁ ସାହୁ,ଧନି୍ୱାଦ ବି୍ୟାଆପାନ କାରଲେ, କୁନାଳ ସାହୁ,ଶୈକ ମୋଇଉଦ୍ଦିନ ପ୍ରମୁଖ ସହଯୋଗ କରିଥିଲେ। ପରିଶଷରେ ସହନ ଵାଜ ହୁସେନ ଧନ୍ୟବାଦ ଅର୍ପଣ କରିଥିଲେ।