-+91-9937148622 |

prerana_bgr@rediffmail.com |

  Thursday 27th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||      ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   (27-Aug-2026)       ||      ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   (27-Aug-2026)       ||      ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   (27-Aug-2026)       ||      ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   (27-Aug-2026)       ||      ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||     

HOME   ରାଜ୍ୟ

ଆମ ଓଡ଼ିଶା" ପକ୍ଷରୁ ୨୦୨୦ରେ ୫୦ ହଜାର ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହ ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା

01-Jan-2021



ଭୁବନେଶ୍ବର,(ଶୁଭାଶିଷ ନାୟକ) : କରୋନା ଲକ୍ ଡାଉନ୍ ପାଇଁ ରକ୍ତଦାତାମାନେ ଘରୁ ବାହାରି ପାରୁ ନ ଥିବାରୁ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରିବାକୁ ଆଗକୁ  ଆଗେଇ ଆସିଛନ୍ତି ହଜାର ହଜାର ରକ୍ତଦାତା । ଆମ ଓଡ଼ିଶା’ ୨୦୨୦ରେ ୫୦ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ୩୧୪ଟି ଯାକ ବ୍ଲକର ଅଗମ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜରୁରୀ ଆବଶ୍ୟକତାକୁ ମେଣ୍ଟାଇପାରିଛି। ଘଟଣାବହୁଳ ୨୦୨୦ରେ ରାଜ୍ୟରେ ୧୨୬୦ଟି ଶିବିରରୁ ୫୩୮୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୫ ବର୍ଷରେ ୧୨,୯୮୫ଟି ଶିବିର ଆୟୋଜିତ ହୋଇଛି। 

ସେହିପରି ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍‌ରେ ସର୍ବାଧିକ ୧୭୨୯୧ ୟୁନିଟ୍‌ ସ˚ଗୃହୀତ ହୋଇଥିବା ବେଳେ କଟକ ଜୋନ୍‌ରେ ୭୮୭୮, ସମ୍ବଲପୁର ଜୋନ୍‌ରେ ୭୧୫୭, ବ୍ରହ୍ମପୁର ଜୋନ୍‌ରେ ୫୧୯୩, ଅନୁଗୁଳ ଜୋନ୍‌ରେ ୪୭୫୨, ଭୁବନେଶ୍ବର ଜୋନ୍‌ରେ ୪୨୫୩, ଜୟପୁର ଜୋନ୍‌ରେ ୩୫୮୨, ଯାଜପୁର ଜୋନ୍‌ରେ ୨୨୫୬ ଏବଂ ରାଉରକେଲା ଜୋନ୍‌ରେ ୧୪୯୨ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। 
ଓଡ଼ିଶାରେ ସର୍ବାଧିକ ଏକଦିବସୀୟ ରକ୍ତସ˚ଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୨୦, ଜାନୁଆରି ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୨୦୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୩ଟି ରକ୍ତଦାନ ଶିବିରରୁ ୨୩୫୩ ୟୁନିଟ୍‌ ସ˚ଗ୍ରହ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ଏହି ବର୍ଷ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୩ ମସିହାରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସ˚ଗ୍ରହ କରି ଦୁଇଟି ନୂଆ ରେକର୍ଡ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌ ଓ ୨୦୧୬ ରେ ୧୨୨୨ଟି ଶିବିରରୁ ୫୭,୩୩୭ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ୟୁନିଟ୍‌, ୨୦୧୮ରେ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍‌, ୨୦୧୯ରେ ୧୩୨୮ଟି ଶିବିରରୁ ୬୮,୬୫୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା।

ମୟୂରଭଞ୍ଜରୁ ମାଲକାନଗିରି, କେନ୍ଦ୍ରାପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍‌, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   27-Aug-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   27-Aug-2026
  ଜିଲ୍ଲା  
ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ଜିଲ୍ଲା  
ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   27-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   27-Aug-2026
  ଜିଲ୍ଲା  
ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   27-Aug-2026
  ଜିଲ୍ଲା  
ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   26-Aug-2026
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026

You Might Also Like