-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
କଲାହାଣ୍ଡି:କୋକସରା(ତ୍ରିନାଥ ବେଶ୍ରା)- ସାରା ବିଶ୍ଵରେ ପୁରୁଣା ବର୍ଷ କୁ ବିଦାୟ କରି ନୂତନବର୍ଷକୁ ସ୍ଵାଗତ ଜଣାଇ ରାତ୍ରି ସାରା ଚର୍ଚ୍ଚ ମାନଙ୍କରେ ପ୍ରାର୍ଥନା କରୁଥିବା ବେଳେ କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପ୍ରତାପପୁର ଓ ମୁସାପାଲି ମଣ୍ଡଳୀରେ ମଧ୍ୟ ହୋଲିଭିଜନ ସମସ୍ତ ବିଶ୍ବାସୀ ମିଶି ରାତି ତମାମ ପ୍ରାର୍ଥନା କରି ବିଶ୍ଵବାସୀଙ୍କୁ ଏ କରୋନା ମହାମାରି ଠାରୁ କିପରି ମୁକ୍ତି ମିଳିବ ସେହି ବିଷୟରେ ପରମେଶ୍ଵର ପ୍ରଭୁ ଯିଶୁଙ୍କ ଠାରେ ପ୍ରାର୍ଥନା କରି ବିଶ୍ଵର ମଙ୍ଗଳ ପାଇ ସମସ୍ତଙ୍କ ପାଇଁ ଶୁଭ ମନାସି ପ୍ରାର୍ଥନା କରାଯାଇଥିଲା ।
ଏଠାରେ ମୁଖ୍ୟ ଅତିଥି ଭାବରେ ହୋଲିଭିଜନ ସଂସ୍ଥା ର ଓଡ଼ିଶା ଦାୟିତ୍ଵରେ ଥିବା ପାଳକ ସୁଶାନ୍ତ ଟାକ୍ରି ପ୍ରଭୁଙ୍କ ସୁସମାଚାର ପ୍ରଚାର କରି ଲୋକମାନେ କିପରି ଏହି ନୂତନ ବର୍ଷରେ ମିଳିମିଶି ଚଳିବା ଓ ଧାର୍ମୀକ ଭାବରେ ରହିବା, ପ୍ରଭୁଙ୍କ ସେବାରେ ଲାଗିରହିବା ସେହି ବିଷୟରେ ଆଲୋଚନା କରି ଲୋକମାନଙ୍କୁ ନିଜ ବାର୍ତ୍ତାରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ହୋଲିଭିଜନ ସସ୍ଥାର ସମସ୍ତ ପାଳକ ଯଥା ରତ୍ନାକର ଖୁରା,ବନମାଳି, ପାଉଲ କଚିମ, ଦେବଗନ ସାର, ଅନନ୍ତ ବାଗ,ବିନୋଦ ବାଗ, ତ୍ରିନାଥ ବେଶ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ପଳକ ଅରକ୍ଷିତ ନାଗ ପରିଚାଳନା କରିଥିଲେ । ଶେଷରେ ବୃଦ୍ଧ ବୃଦ୍ଧାମାନଙ୍କୁ ଶୀତ ବସ୍ତ୍ର ଓ ଶାଢି ପ୍ରଦାନ କରା ଯାଇଥିଲା ।