-+91-9937148622 |

prerana_bgr@rediffmail.com |

  Thursday 27th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||      ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   (27-Aug-2026)       ||      ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   (27-Aug-2026)       ||      ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   (27-Aug-2026)       ||      ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   (27-Aug-2026)       ||      ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||     

HOME   ରାଜ୍ୟ

ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ (Memorial) ପ୍ରତିଷ୍ଠା କରାଯିବ - ମୁଖ୍ୟମନ୍ତ୍ରୀ

01-Jan-2021



(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)ଭୁବନେଶ୍ୱର, ଗତକାଲି ସନ୍ଧ୍ଯାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ ଏବଂ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ  ବୋଲି କହିଥିଲେ କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତା ର ସହ କହିଥିଲେ ।

  ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ  ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ  ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ  ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ଶହୀଦ ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଆପଣମାନଙ୍କ ସହିତ ଅଛନ୍ତି  ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ସେମାନଙ୍କୁ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି  ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ।

ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଶହୀଦ ମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ତ୍ବାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି ୧୦ ଲକ୍ଷ ପ୍ରବାସୀ ଓଡିଆଙ୍କ ଆଗମନ ସମୟରେ ରାଜ୍ୟର ପରିଚାଳନା ଉଲ୍ଲେଖନୀୟ ଥିଲା ବୋଲି ସେ କହିଥିଲେ  ଆମର ସଠିକ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ କୋଭିଡ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି ସେ କହିଥିଲେ 

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଥିଲେ ଯେ ଓଡିଶା ଅତ୍ୟନ୍ତ ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିଛି ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ଶହୀଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ଶହୀଦଙ୍କ ପରିବାରକୁ ସହାୟତା ଦିଆଯିବ୤

ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା୤ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   27-Aug-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   27-Aug-2026
  ଜିଲ୍ଲା  
ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ଜିଲ୍ଲା  
ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   27-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   27-Aug-2026
  ଜିଲ୍ଲା  
ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   27-Aug-2026
  ଜିଲ୍ଲା  
ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   26-Aug-2026
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026

You Might Also Like