-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ଭୁବନେଶ୍ୱର,(ଶୁଭାଶିଷ ନାୟକ) :ଓଡ଼ିଶାର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ସ୍ଥାନାନ୍ତର କରାଯାଇଛି।
ନୂଆବର୍ଷ ପୂର୍ବରୁ ଦେଶର ନ୍ୟାୟପାଳିକାରେ ହୋଇଛି ନୂଆ ପରିବର୍ତ୍ତନ । ଆଇନ ମନ୍ତ୍ରଣାଳୟ ପକ୍ଷରୁ ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ୧୦ ବିଚାରପତିଙ୍କୁ ବଦଳି କରାଯାଇଛି । ଦୁଇ ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ ।
ମଧ୍ୟପ୍ରଦେଶ ହାଇକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ମହମ୍ମଦ ରଫିକ୍ ଙ୍କୁ ବଦଳି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ । ତାଙ୍କ ସ୍ଥାନରେ ପଞ୍ଜାବର ପ୍ରଧାନ ବିଚାରପତି ତଥା ହରିୟାଣା ହାଇକୋର୍ଟର ଜଷ୍ଟିସ ମୁରଲିଧର ବଦଳି ହୋଇ ଆସିଛନ୍ତି ।
ସେହିପରି ତେଲେଙ୍ଗାନାର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହ୍ୱାନଙ୍କୁ ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀଙ୍କୁ ସିକ୍କିମ ସେହିପରି ସିକ୍କିମର ମୁଖ୍ୟ ବିଚାରପତିଙ୍କୁ ଅରୂପ କୁମାର ଗୋସ୍ୱାମୀଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରାଯାଇଛି ।