-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ସୋନପୁର ପୌର ପ୍ରଶାସନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କର୍ଯ୍ୟକ୍ରମ ଉପଲକ୍ଷେ ସକାଳ 11 ଘଟିକା ସମୟରେ ପୌର ପରିଷଦ ଅଫିସ ଠାରୁ ସୁରେଶ୍ଵରୀ ମନ୍ଦିର ଛକ ଓ ଦୁର୍ଗାମଣ୍ଡପ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଓ ଜ଼ିଲ୍ଲା ରାମେଶ୍ବର ଷ୍ଟାଡିୟମ ଯାଏ ପହଞ୍ଚିଥିଲା l ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ସମସ୍ତ ଜେ ଇ, ପୌର କର୍ମଚାରୀ, କାଉନସିଲର ପୀୟୂଷ ପଣ୍ଡା, ଗଙ୍ଗା ତରିଆ ଙ୍କ ସମେତ ସମସ୍ତ କାଉନସିଲର, ସ୍ବଚ୍ଛ ସାଥୀ, ଏସ ଏଚ୍ ଜି ମହିଳା, ଓ ସହର ର ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ହର ଘର ଘର୍ ଘର୍ ତ୍ରିରଙ୍ଗା କାର୍ଯକ୍ରମ କୁ ଲୋକାଭିମୁଖୀ କରିବା ଓ ଆଗାମୀ ଜାତୀୟ ମହାନ୍ ପର୍ବ ରେ ସବୁ ବର୍ଗ ର ଲୋକ ମାନଙ୍କୁ ଯୋଡିବା ଲକ୍ଷ୍ୟ ନେଇ 13 ତାରିଖ ରୁ 15 ତାରିଖ ଯାଏ ଅନୁଷ୍ଟିତ ହେବାକୁ ଥିବା ଏଇ ଘର ଘର ତ୍ରିରଙ୍ଗା କାର୍ଯକ୍ରମ କୁ ସୋନପୁର ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଏହା ଆରମ୍ଭ କରିଛି l ଶୋଭାଯାତ୍ରା ଅଫିସ୍ ରେ ପହଞ୍ଚିଲା ପରେ ଜୟ ହିନ୍ଦ୍ ଲେଖି ସମସ୍ତେ ଫ୍ଲାକ୍ସ ରେ ଅଟୋ ଗ୍ରାଫ୍ ଦେଇଥିଲେ l