-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Aug-2024
(ପ୍ରେରଣା ଖବର)
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ କେବଳ ସମାଜ ଓ ପରିବାରକୁ ନୁହେଁ ନିଜକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜ୍ଞାନ ଶିକ୍ଷକ ତଥା ଜୁନିଅର ରେଡକ୍ରସର ପରାମର୍ଶଦାତା ଶିକ୍ଷକ ସଞ୍ଜୟ ଖମାରୀ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ଶପଥ ପାଠ କରାଇଥିଲେ। ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ନିଜକୁ ନିଶା ଦ୍ରବ୍ୟଠାରୁ ଦୁରେଇ ରଖିବା ସହିତ ଦେଶକୁ ନିଶାମୁକ୍ତ କରିବା ପାଇଁ ନିଜ କ୍ଷମତା ଅନୁସାରେ ଯଥା ସାଧ୍ୟ ଚେଷ୍ଟା କରିବା ନିମନ୍ତେ ଛାତ୍ରଛାତ୍ରୀମାନେ ଦୃଢ଼ ସଙ୍କଳ୍ପ ନେଇଥିଲେ। ଏହି ନିଶାମୁକ୍ତ ଭାରତ ଅଭିଯାନରେ ଅଭିଯାନରେ ବିଦ୍ୟାଳୟର ଇକୋ କ୍ଲବ, ଶକ୍ତି କ୍ଲବ , ବିଜ୍ଞାନ କ୍ଲବ ,ନେତାଜୀ ସ୍କାଉଟ ଓ ଜୁନିଅର୍ ରେଡକ୍ରସର ସଦସ୍ୟଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ଶପଥ ପାଠ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ, ରଞ୍ଜିତ ସାହୁ, ବୋଧରାମ ବିଶ୍ବାଳ,ଅଙ୍କିତ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।