-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Aug-2024
ବରଗଡ଼/ବିଜେପୁର(ନିରଞ୍ଜନ ତ୍ରିପାଠୀ): ବରଗଡ ଜିଲ୍ଲା ବିଜେପୁର ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ବ୍ରାହ୍ମଣ ସମାଜକୁ ବ୍ରାହ୍ମଣ ସମାଜର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଗୁରୁ ପ୍ରଦତ୍ତ ଜମି ଉପରେ ସ୍ଥାୟୀ ଗୃହ ଆଗରୁ ପ୍ରାରମ୍ଭ କରାଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯାଇଛି। ଉକ୍ତ ସ୍ଥାନରେ ସମୁଦାୟ ୧୦୮ ଟି ଗଛ ଲଗାଇବାର କାର୍ଯ୍ୟକ୍ରମ ରହିଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବ୍ରାହ୍ମଣ ସମାଜର ସଭାପତି ଶ୍ରୀମାନ ଶଶିଭୂଷଣ ପଣ୍ଡା, କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀଯୁକ୍ତ ସନାତନ ମହାପାତ୍ର,ସହ ସମ୍ପାଦକ କିଶୋର କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସହ ସମ୍ପାଦକ ଶ୍ରୀ ତ୍ରିପାଠୀ ସମସ୍ତ ସଦସ୍ୟ ମାନଙ୍କୁ ଏହି ପୂଣ୍ୟ କାମରେ ଅଂଶ ଗ୍ରହଣ କରି ଦୁଇଦିନ ମଧ୍ୟରେ ଅବଶିଷ୍ଟ ବୃକ୍ଷ ରୋପଣରେ ସହାୟ ହେବାକୁ ନିବେଦନ କରିଛନ୍ତି।