-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Aug-2024
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ଖପୁରୀ ଓ ହାଡ଼ ଠାବ ହୋଇଛି । ତେବେ ଏହି ହାଡ ଓ ଖପୁରି କାହାର ଏବଂ ଏଠାରେ କିଭଳି ପଡିଛି ତାହା ଅସ୍ପଷ୍ଟ ରହିଛି l ସୂଚନା ପ୍ରକାରେ ରବିବାର ଦିନ ସ୍ଥାନୀୟ କିଛି ଲୋକ ଜଙ୍ଗଲ କୁ ଯିବା ବେଳେ ଗୋଟିଏ ସାଇକେଲ ଛିଡା ହୋଇ ରହିବା ସହିତ ପାଖରେ ଖପୁରି ଓ ହାଡ ପଡି ରହିଥିବା ଦେଖିବାକୁ ପାଇ ପାଟପୁର ଥାନା କୁ ଖବର ଦେଇଥିଲେ l ଖବରପାଇ ପାଟପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ବ କରିଛନ୍ତି l ତେବେ ଖପୁରୀ ହାଡ଼ କାହାର, କେମିତି ଏହି ଜଙ୍ଗଲ ନିକଟକୁ ଆସିଲା ସେନେଇ ସ୍ପଷ୍ଟ ହେଉନଥିବା ବେଳେ ଏନେଇ ସାଇଣ୍ଟିଫିକ୍ ଟିମ ସହାୟତା ନେବ ପୋଲିସ l ତେବେ ଏହା ମଣିଷ ଖପୁରୀ ହୋଇଥିବା ସନ୍ଦେହ ବଢିଛି । କେହି ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ସ୍ପଷ୍ଟ ହୋଇପାରିବ l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ)