-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ବଲାଙ୍ଗୀର(ପ୍ରେରଣା ଖବର) କୋସଲୀ ଗବେଷକ ତଥା କବି ସ୍ୱର୍ଗତ ନିମେଇଁ ଚରଣ ପାଣିଗ୍ରାହୀଙ୍କ ପରଲୋକରେ ଆଜି ଭୂମିକା ଓ ମଠଖାଇ ମହୋତ୍ସବ କମିଟି ତରଫରୁ ସ୍ଥାନୀୟ ପି.ପି. ଏକାଡେମୀ ଠାର ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଜିଲ୍ଲାର ବହୁ କବି, ଲେଖକ ତଥା ନିମେଇଁ ପାଣିଗ୍ରାହୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ମାନେ ତାଙ୍କ ସ୍ମୃତିଚାରଣ କରିଥିଲେ । ଭୂମିକାର ବରିଷ୍ଠ ସଦସ୍ୟ ଚିତ୍ତରଂଜନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ପ୍ରଫେସର ମଧୁସୂଦନ ପତି ଯୋଗ ଦେଇ ନିମେଇଁ ଚରଣ ପାଣିଗ୍ରାହୀଙ୍କ କୋସଳୀ ଭାଷା,ସାହିତ୍ୟ ଓ ସଂସ୍କୃତି ପାଇଁ ଅନେକ ଅବଦାନ ରହିଥିଲା ଓ କୋଶଳି ଭାଷାର ବ୍ୟାପକ ପ୍ରଚାର ପ୍ରସାର ଦିଗରେ ସେ ନିଜର ଏକ ଅଲିଭା ଛାପ ଛାଡି ଚାଲିଯାଇଛନ୍ତି ବୋଲି କହିଥିଲେ। ଆଗାମୀ ପିଢ଼ି ପାଇଁ ତାଙ୍କ ଦ୍ୱାରା ନିଜ ବାସଭବନରେ ପ୍ରତିଷ୍ଠା ହୋଇଥିବା ସଂଗ୍ରହାଳୟର ସୁରକ୍ଷା ଓ ପୁନଃରୁଦ୍ଧାର ହୋଇ ପାରିଲେ ତାହା ନିମେଇଁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପତି ମତ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ. ପ୍ରହଲ୍ଲାଦ ଶତପଥୀ, ଭାଗିରଥୀ ମିଶ୍ର, ସୁଶାନ୍ତ ବାଗ, ସନ୍ଦୀପ କୁମାର କୁଅଁର, ବିଜୟ ତ୍ରିପାଠୀ, ସନାତନ ଠାକୁର, ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, କବୟିତ୍ରୀ ସବିତା ମହରା, ପ୍ରଫେସର ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ କୋଶଳୀ ଭାଷା ସାହିତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ନିମେଇଁ ପାଣିଗ୍ରହୀଙ୍କ ମହନୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଉଗ୍ର ଆଧୁନିକତାର ପ୍ରଭାବରେ ଏ ଅଂଚଳର ହଜିଯାଉଥିବା ଲୁକ୍କାୟିତ ପୂରାତନ ସାମଗ୍ରୀ, ଦୁର୍ଲଭ ପୁସ୍ତକ ଓ ଅନ୍ୟାନ୍ୟ ଅମୂଲ୍ୟ କୃତି ସବୁକୁ ନିମେଇଁ ପାଣିଗ୍ରାହୀ ନିଜ ସଂଗ୍ରହାଳୟରେ ବହୁ ପରିଶ୍ରମ କରି ସାଇତି ରଖିଥିଲେ। ଏହି ସବୁ ସାମଗ୍ରୀକୁ ନେଇ ମୃତ୍ୟୁ ପୂର୍ବରୁ ନିଜ ଜନ୍ମମାଟି ସିନ୍ଦୁରବାହାଲରେ ନିଜର ସ୍ୱପ୍ନର ସଂଗ୍ରହାଳୟ ନିର୍ମାଣ ପାଇଁ ସେ ମାଗଣାରେ ଜମି ମଧ୍ୟ ପ୍ରଦାନ କରିଛନ୍ତି । ତେଣୁ ଏହି ସଂଗ୍ରହାଳୟକୁ ବଲାଙ୍ଗୀରର ସଂପତ୍ତି ଭାବରେ ଗ୍ରହଣ କରି ପ୍ରଶାସନର ସହଯୋଗରେ ଏହାକୁ ଏକ ନୂଆ ରୂପ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ପ୍ରାର୍ଥନ ସଭାକୁ ଭୂମିକା ପରିବାରର ଧର୍ମେନ୍ଦ୍ର ନନ୍ଦ, ପ୍ରମେୟ କେବିକେ ସଂସ୍କରଣର ମୁଖ୍ୟ ଅଖିଳ ହୋତା, ବୀରେନ୍ଦ୍ର ବନଛୋର, ରୁଦ୍ରଦେବ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।