-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ବଲାଙ୍ଗୀର(ପ୍ରେରଣା ଖବର): ଆଜି ଅପରାହ୍ନରେ ସ୍ଥାନୀୟ ବିକାଶ ଭେଲି ପବ୍ଲିକ ସ୍କୁଲ ଠାରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଷଷ୍ଠରୁ ସପ୍ତମ ଶ୍ରେଣୀର ଜୁନିୟର୍ ଲେଭେଲ ଓ ନବମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସିନିୟର ଲେଭେଲ,ଏପରି ଦୁଇଟି ବିଭାଗରେ ଏହି ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏହି ଦୁଇ ବିଭାଗରେ ସ୍କୁଲର ପ୍ରାୟ
50 ଜଣ ଛାତ୍ରଛାତ୍ରୀ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ l ଜୁନିୟର୍ ବିଭାଗ ପାଇଁ 'India- a land of unity in diversity' ଓ ସିନିୟର ବିଭାଗ ପାଇଁ 'The role of student in nation building' ଶୀର୍ଷକ ବିଷୟ ଉପରେ ଛାତ୍ରଛାତ୍ରୀମାନେ ମାନେ ନିଜନିଜ ଚିନ୍ତାଧାରାକୁ ଉପସ୍ଥାପନ କରିଥିଲେ l ଛାତ୍ରୀ ପଦ୍ମଜା ମିଶ୍ର ଓ ପ୍ରିୟଙ୍କା ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଏହି ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ସୁଧୀର ମିଶ୍ର, ଶେଖ୍ ମହମ୍ମଦ ୱାହିଦ ଓ ସାପ୍ତାହିକ 'ପ୍ରେରଣା' ର ସମ୍ପାଦକ ରଘୁ ନନ୍ଦନ ସିଂହ
ମଞ୍ଚାସୀନ ଥିଲେ l ବିକାଶ ଭେଲି ପବ୍ଲିକ ସ୍କୁଲର ଶିକ୍ଷକ ତଥା ସିସିଏ ସୁପରିଟେଣ୍ଡେଣ୍ଟ ଦେବାଶିଷ ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ସ୍କୁଲର ଅଧ୍ୟକ୍ଷ ଆମ୍ବରିଶ ଦାସଙ୍କ ଆବାହକତ୍ବରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଛାତ୍ରୀ ପଦ୍ମଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l