-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବମରାଜ ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣସାଗର ପଣ୍ଡାଙ୍କ ୭୩ ବୟସରେ ପରଲୋକ ଘଟିଛି l ଆଜି ସକାଳ ୬ ଟା ୩୦ ମିନିଟ ସମୟରେ ଉତ୍କଳ ମେଡିକାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି l ଗତ କିଛି ମାସହେଲା ରୋଗରେ ପୀଡିତ ହୋଇ ସେଠାରେ ଚିକିତ୍ସାଧୀନ ଥିଲେ l ଜଣେ ଆଦର୍ଶ ଶିକ୍ଷକ ହିସାବରେ ସେ ଅଞ୍ଚଳରେ ବେଶ ପରିଚିତ ଥିବାବେଳେ ଗତ ୨୦୧୧ ମସିହାରେ ଉଲୁଣ୍ଡା ବ୍ଲକ ଅଚଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ l ଏହା ସହ ପଣ୍ଡିତ୍ୟ ଓ ଜ୍ୟୋତିର୍ବିଦ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ କ୍ଷତି ରହିଥିଲା l ସେ କୋଶଲ ଜ୍ୟୋତିର୍ବିଦ ପଣ୍ଡିତ ମହାସଭା ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଧ୍ୟ ଥିଲେ l ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ସହ ସେ ବେଶ ଜଡିତ ଥିଲେ l ଆଜି ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ଭୁବନେଶ୍ୱରରୁ ତାଙ୍କ ମରଶରୀର ବମରାଜରେ ପହଞ୍ଚିଲା ପରେ ଗାଁ ସ୍ମସାନରେ ତାଙ୍କର ଶେଷକୃତ୍ୟା ହେବବୋଲି ତାଙ୍କର ପୁତ୍ର ପୋଲିସ ହାବିଲଦାର ତଥା ଯୋଗଗୁରୁ ମନୋଜ ପଣ୍ଡା ସୂଚନା ଦେଇଛନ୍ତି ।