-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଆନୁକୂଲ୍ୟରେ ଅଗଷ୍ଟ କ୍ରାନ୍ତି ଦିବସ, ବିଶ୍ୱ ଆଦିବାସୀ ଦିବସ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଦିବସ, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୩ ତମ ଜନ୍ମଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରି ବିଶ୍ୱ ଆଦିବାସୀ ଦିବସ,ଅଗଷ୍ଟ କ୍ରାନ୍ତି ଦିବସ,ଉପରେ ଆଲୋକପାତ କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କ୍ରାନ୍ତିଯୋଦ୍ଧା ମାନଙ୍କର ଅବଦାନ ସମ୍ପର୍କରେ କହିବା ଅବସରରେ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ରିଣ୍ଡୋ ମାଝୀ, ମାଧ ସିଂ ପ୍ରମୁଖ କ୍ରାନ୍ତିଯୋଦ୍ଧାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଗ୍ରାମୀ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଉତ୍ସର୍ଗୀକୃତ ଜୀବନ ଉପରେ ବକ୍ତବ୍ୟ ଦେଇଥିଲେ । ଇତିହାସ ଅଧ୍ୟାପିକା ବନ୍ଦିତା ବିଶ୍ଵାଳ ବିଶ୍ୱ ଆଦିବାସୀ ଦିବସ ଓ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପିକା ଯାମିନୀ ଦାଶ ରଙ୍ଗଜୀବ ଗଙ୍ଗାଧର ମେହେରଙ୍କ ବ୍ୟକ୍ତିଗତ ଓ ସାରସ୍ୱତ ଜୀବନ ସମ୍ପର୍କରେ ଆଲୋକପାତ କରି ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ । କ୍ରାନ୍ତିବୀରମାନଙ୍କ ଜୀବନ ଦେଶ ମାତୃକା ପାଇଁ ଉତ୍ସାର୍ଗୀକୃତ ଯାହା ପର ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ।