-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ଲୋଇସିଂହା, (ପ୍ରେରଣା ଖବର) ଆଜି ସମୟ ପାଖାପାଖି ଅପରାହ୍ନ 5.30 ମିନିଟ ସମୟରେ ବରଗଡ଼ ପଟୁ ଆସୁଥିବା ଏକ 16ଚକିଆ ହାୱାଇ ଭାରୀଯାନ(AP39UN 3149) ଦୁର୍ଘଟଣାଗ୍ରସ୍ତ ହୋଇଛି l ବରଗଡ଼-ବଲାଙ୍ଗୀର 26 ନମ୍ବର ଜାତୀୟ ରାଜପଥର ଲୋଇସିଂହା କୁସଙ୍ଗାଇ ବ୍ରିଜ ନିକଟରେ ଗାଡିଟି ଦୁର୍ଘଟଣା ହୋଇ ଓଲଟି ଯାଇଛି l ଉକ୍ତ ଗାଡ଼ିରେ ଗୋ ଖାଦ୍ୟ ଲୋଡିଂ ଥିବା ସୂଚନାରୁ ପ୍ରକାଶ l ଗାଡି ଓଲଟି ଯିବାରୁ ରାସ୍ତା ମଝିରେ ଗୋଖାଦ୍ୟ ଭର୍ତ୍ତି ବସ୍ତା ସବୁ ପଡି ରହିଥିଲା l ଲୋକଙ୍କ ଭିଡ଼ ଯୋଗୁଁ ଯାନବାହାନ ଯିବା ଆସିବାରେ ବାଧାପ୍ରାପ୍ତ ଦେଖିବାକୁ ମିଳିଥିଲା l ଉକ୍ତ ଦୁର୍ଘଟଣାରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର l ସୂଚନା ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଜାରି ରଖିଛି l ପ୍ରକୃତ ଘଟଣା ଟି ପୋଲିସ ତଦନ୍ତ ପରେ ଜଣାପଡିବ l