-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
06-Aug-2024
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜର ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସଂଯୋଜକ ଭାବେ ମନୋନୀତ ହୋଇଥିବାରୁ ସାରା ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସର ସମସ୍ତ କାଉନସେଲର, ସିଦ୍ଧାର୍ଥ ଡ଼ିଗ୍ରୀ ଓ ଜୁନିଅର କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଧ୍ୟକ୍ଷ,ଅଧ୍ୟକ୍ଷା,ଅଧ୍ୟାପକ ଓ କର୍ମଚାରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ପତ୍ର ସଂଖ୍ୟା ୨୧୩ ତା ୩/୮ ରେ ମନୋନୀତ ହୋଇଥିବା ନେଇ ଅବୈତନିକ ସଚିଵ ବିଭୂତି ଭୂଷଣ ପଟ୍ଟନାୟକ ଜଣାଇଛନ୍ତି ।ଶ୍ରୀ ମିଶ୍ର ଗତ ୨୦୧୬ମସିହା ଠାରୁ ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ କାଉନସିଲର ଭାବେ ଦକ୍ଷତାର ସହିତ କାର୍ଯ୍ୟ ତୁଲାଇ ଆସୁଛନ୍ତି ।ରେଡକ୍ରସରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୧୮-୧୯ରେ ଓଡ଼ିଶା ମହାମହିମ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇ ଥିଲେ।ତାଙ୍କର ଏହି ସଫଳତା ପାଇଁ ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ତଥା ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଡ଼ ଧୀରେନ୍ଦ୍ର କୁମାର ନାୟକ,ବିଶ୍ଵନାଥ ମିଶ୍ର,ଓଡ଼ିଶା ରାଜ୍ୟ ଯୁବ ରେଡକ୍ରସ ବିଭାଗର ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।