-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
କେନ୍ଦୁଝର, (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ) : ସୋମଗିରି ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗଛରେ ପିଟି ହୋଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ 4 ଜଣ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆଖ ଲକ୍ଷ୍ଯତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଖବର ଅନୁଯାୟୀ ମୃତାହତମାନେ. ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର ଟେଣ୍ଟପଶି ଗାଁର। ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ ବୋଲେରୋରେ ଯାଉଥିଲେ। ଗତକାଲି ରାତି ପ୍ରାୟ ୨ଟା ସମୟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପଣ୍ଡାପଡ଼ା ପୋଲିସ୍ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଓ ଅନ୍ୟ ଜଣଙ୍କର ହାତ ଭାଙ୍ଗିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି, ରେବତୀ ରାଜ ଓ ଏସ. କେ କମର।