-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗ ର ବରିଷ୍ଠ କର୍ମଚାରୀ, ଲାଲମନି କ୍ରିକେଟ ର ପ୍ରାକ୍ତନ ସଭାପତି ପଠାଣ କୁମାର ପଣ୍ଡା ଙ୍କ ମାତା ତଥା ସର୍ଵ ପୁରାତନ ସୋନପୁର ମହାରାଜା ହାଇସ୍କୁଲ ର ଗଣିତ ଶିକ୍ଷକ ଗୀତା ଭାଷ୍ୟ ସଙ୍କଳନ ର ରଚୟିତା ପ୍ରସନ୍ନ କୁମାର ପଣ୍ଡା ଙ୍କ ଧର୍ମପତ୍ନୀ ମହିୟସୀ ମହିଳା ସ୍ନେହ ମଞ୍ଜରୀ ପଣ୍ଡା ଙ୍କ 85 ବର୍ଷ ବୟସ ରେ ସକାଳ 10.30 ମିନିଟ ରେ ଦେହାନ୍ତ ଘଟିଛି l ଏ ଖବର ରେ ସୋନପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଅପରାହ୍ନ ରେ ଗୋକନେଶ୍ୱର୍ ଶ୍ମଶାନ ଘାଟ ରେ ସ୍ୱର୍ଗୀୟl ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରଯାଇଥିଲା l ବଡ ପୁଅ ପଠାଣ କୁମାର ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ ସାନ ପୁଅ ସନ୍ତୋଷ ପଣ୍ଡା ଜ୍ୱାଇଁ ଅଚ୍ୟୁତ ପଣ୍ଡା, ଝିଅ ରଞ୍ଜିତା ପଣ୍ଡା, ନାତି ସ୍ୱରୂପ , ସିଦ୍ଧାନ୍ତ, ପୁତୁରା ଅଟଳ ମିଶ୍ର ଓ ଦୁଇ ବୋହୂ କଲ୍ୟାଣୀ ଅଗସ୍ତି, ମାଧବୀ ଲତା ଦାଶ, ଉପସ୍ଥିତ ଥିଲେ l ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ,ମନୋରଞ୍ଜନ ତ୍ରୀପାଠୀ, ମନୋଜ୍ ପଣ୍ଡା, ରାମ ଶଙ୍କର ସାହୁ, ଶୁଭ୍ରାଂଶୁ ମିଶ୍ର, କମଳା କାନ୍ତ ସାହୁ, ସାମ୍ୱାଦିକ ମହାଦେବ ମଲ୍ଲିକ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ରଞ୍ଜନ ବାରିକ, କୃଷି ବିଭାଗ କର୍ମଚାରୀ, ବରିଷ୍ଠ ନାଗରିକ ସଂଘ, ଲାଲ ମନି କ୍ରିକେଟ ଏସୋସିଏସନ୍, ସ୍ବଚ୍ଛ ଭାରତ, ବାପୁଜୀ କ୍ଲବ୍, ସାମ୍ୱାଦିକ ସଂଘ, ବିଭିନ୍ନ କ୍ରୀଡ଼ା ଓ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ଶବ ସଂସ୍କାର କାର୍ଯ୍ଯ ରେ ଯୋଗ ଦେଇ ସ୍ୱର୍ଗୀୟl ପଣ୍ଡା ଙ୍କ ଅନ୍ତିମ ଦର୍ଶନ କରି ସ୍ୱର୍ଗୀୟl ଆତ୍ମା ର ଶାନ୍ତି ସଦଗତି କାମନା କରିଥିଲେ l