-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
29-Jul-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳ): ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶେଷରେ ତାଙ୍କ ପଦବୀରୁ ଅବ୍ୟାହିତ ଦିଆଯାଇଛି। ସେଠାରେ ନୂଆ ରାଜ୍ୟପାଳ ଭାବେ କେନ୍ଦ୍ର ସରକାର ରମନ ଡେକ୍କାଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସେହି ଅନୁସାରେ ବିଶ୍ବଭୂଷଣଙ୍କ ସହିତ ଚାରି ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଅବସର ଦେଇଛନ୍ତି। ସେମାନେ ହେଲେ ମହାରାଷ୍ଟ୍ରର ରମେଶ ବୈସ୍, ରାଜସ୍ଥାନର କଲରାଜ ମିଶ୍ର, ଛତିଶଗଡର ବିଶ୍ୱଭୂଷଣ ହରିଚନ୍ଦନ ଏବଂ ମଣିପୁରର ଅନୁସୁୟା ଉଇକେ ଅନ୍ତର୍ଭୁକ୍ତ।
ଯେଉଁମାନଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଗଲା ସେମାନେ ହେଲେ
1-ଓମ୍ ମାଥୁର- ସିକ୍କିମର ରାଜ୍ୟପାଳ
2- ସାନ୍ତୋଶ ଗାଙ୍ଗୱାର- ଝାଡଖଣ୍ଡର ରାଜ୍ୟପାଳ
3- କେ.କୈଳାସନାଥନ- ପୁଡୁଚେରୀର ଉପରାଜ୍ୟପାଳ
4- ରମଣ ଡେକ୍କା- ଛତିଶଗଡ ରାଜ୍ୟପାଳ
5-ସି ପି ରାଧାକୃଷ୍ଣନ- ମହାରାଷ୍ଟ୍ର ରାଜ୍ୟପାଳ
6- ଏଚ କେ ବାଗଡେ- ରାଜସ୍ଥାନ ରାଜ୍ୟପାଳ
7-ଜିଷ୍ଣୁ ଦେବ ବର୍ମା- ତେଲଙ୍ଗାନା ରାଜ୍ୟପାଳ
8- ସି ଏଚ ବିଜୟଶଙ୍କର- ମେଘାଳୟ ରାଜ୍ୟପାଳ
9-ଲକ୍ଷଣ ପ୍ରସାଦ ଆଚାର୍ଯ୍ୟ- ଆସାମ ରାଜ୍ୟପାଳ
10- ଗୁଲାବ ଚାନ୍ଦ କାଟରିୟା- ପଂଜାବ ରାଜ୍ୟପାଳ