-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Jul-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ ପୀଠ ନିକଟ ରାଣୀପୁର - ମଲକାସଡା ରାସ୍ତା ତିଆରି ହେବାର କିଛି ମାସ ନ ପୁରୁଣୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଚଳିତବର୍ଷ ବର୍ଷାର ଅଭାବ ସତ୍ବେ ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ଠିକା ସଂସ୍ଥା ଓ ଆରଡ଼ି ଅଫିସରଙ୍କ ମଧୁଚନ୍ଦ୍ରିକାକୁ ବୟାନ କରୁଛି। ଆପଣ ମାନଙ୍କୁ ମନେଥିବ ଏହି ରାସ୍ତା ମଧ୍ୟରେ ପଡୁଥିବା ଟଙ୍ଗଯୋର ରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ପୋଲ ତିଆରି ହେବାର ଦୁଇବର୍ଷ ପରେ ମଧ୍ୟ ଏପ୍ରୋଚ ରାସ୍ତା ତିଆରି ହୋଇନଥିଲା। ଫଳରେ ଲୋକେ ବାଧ୍ୟ ହୋଇ ସିଡ଼ି ପକାଇ ଯାତାୟତ କରୁଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରାସ୍ତା କାମରେ ମୋରମ ବଦଳରେ ମାଟି ଦିଆଯାଇଥିବାରୁ ମାଟି ଦବି ଯାଉଥିବା ଯୋଗୁଁ ରାସ୍ତାର ଏପରି ଅବସ୍ଥା ହେଉଥିବା ଅଭିଯୋଗ ହୋଇଛି। କାମ ଅତି ନିମ୍ନମାନର ହୋଇଥିବା ରୁ
କିଛି ମାସ ପରେ ହିଁ କୋଉଠି ରାସ୍ତାରୁ ମାଟି ଧସି ଯାଇଛି ତ କୋଉଠି ରାସ୍ତା ଫାଟି ଆଁ କରିଛି। ଏମିତିରେ ରାଣୀପୁର ଝରିଆଲକୁ ଆସୁଥିବା ଦର୍ଶନାର୍ଥୀ, ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ତଥା ଯାତାୟତକାରୀ ବେଶ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ଶିଘ୍ର ରାସ୍ତା ମରାମତି କରିବା ପାଇଁ ଦାବୀ ହୋଇଛି। ତେବେ ଏହାକୁ ନେଇ ଏଡିସନାଲ ଚିଫ ଇଞ୍ଜିନିୟର ଶୁକଦେବ ମହାଲିକଙ୍କୁ ପଚାରିବାରୁ ସେ ଲଗାତାର ବର୍ଷା ଯୋଗୁଁ ଏପରି ହୋଇଛି ପୁଣି ସେହି ରାସ୍ତାକୁ ରୋଲିଙ୍ଗ କରାଯିବ ଏବଂ ଗାର୍ଡ ଓ୍ବାଲ ମଧ୍ୟ ଆହୁରି କରିବା ବୋଲି କହିବାସହ ବର୍ତ୍ତମାନ ପର୍ଯ୍ୟନ୍ତ କାମ ଅନଗୋଇଙ୍ଗ ସ୍ଥିତିରେ ଅଛି। ତେଣୁ କାମ ଆହୁରି କରାଯିବ ବୋଲିି କହିଥିଲେ।